ଓଡିଆନ୍ ନ୍ୟୁଜ

132

ବୁଧବାରଠାରୁ ପର୍ୟ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

Team Odian News |

ବୁଧବାରଠାରୁ ପର୍ୟ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
ବାରିପଦା ,୩୧/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଶିମିଳିପାଳ ଜାତୀୟ ଉଦ୍ୟାନ ନଭେମ୍ବର ୧ରୁ ଖୋଲିବ। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ଦେଇ ପର୍ୟ୍ୟଟକ ଯାଇପାରିବେ। ଯଶିପୁର ପଟୁ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ପର୍ୟ୍ୟଟକଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯଶିପୁର ପାର୍ଶ୍ୱରେ ସର୍ବାଧିକ ୩୫ଟି ଚାରି ଚକିଆଯାନ ଏବଂ ଲୁଲୁଙ୍ଗ ପାର୍ଶ୍ୱରେ ସର୍ବାଧିକ ୨୫ଟି ଚାରି ଚକିଆଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇପାରିବ। ପ୍ରତ୍ୟେକ ପର୍ୟ୍ୟଟକଙ୍କ ଗାଡ଼ିରେ ଜଣେ ଗାଇଡ ରହିବା ବାଧ୍ୟତାମୂଳକ କରାଯାଇଛି। ପର୍ୟ୍ୟଟକଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର (କାଳିଆଣି) ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ୟ୍ୟନ୍ତ ମିଳିବ। ଅପରାହ୍ନ ପୂର୍ବରୁ ସମସ୍ତ ପର୍ୟ୍ୟଟକଙ୍କୁ ଯୋରନ୍ଦା ଓ ବରେହି ପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ପଡ଼ିବ । ସନ୍ଧ୍ୟା ୫ଟା ସୁଦ୍ଧା ପିଠାବଟା, ତୁଳସୀବାଣି,କାଳିଆଣି ଫାଟକ ପର୍ୟ୍ୟଟକ ଦେଇ ଫେରି ପାରିବେ।