ଓଡିଆନ୍ ନ୍ୟୁଜ

103

କଳିଙ୍ଗ ଯୁଦ୍ଧ ଅବାସ୍ତବ ଓ ଏକ ମନଗଢା କାହାଣୀ, ବିଶ୍ୱଭୂଷଣ ହରିଚନ୍ଦନ

Team Odian News |

କଳିଙ୍ଗ ଯୁଦ୍ଧ ଅବାସ୍ତବ ଓ ଏକ ମନଗଢା କାହାଣୀ,  ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର ,୩୧/୧୦( ଓଡ଼ିଆନ୍‍ ନ୍ୟୁଜ୍‍):୨୩ ଶହ ବର୍ଷ ତଳର ଇତିିହାସକୁ ମିଛ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା  । ଦୟାନଦୀ କୂଳରେ ସଂଗଠିତ କଳିଙ୍ଗ ଯୁଦ୍ଧ ଅବାସ୍ତବ ଓ ଏକ ମନଗଢା କାହାଣୀ ବୋଲି କହିଛନ୍ତ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି ନେତାଙ୍କ କହିଛନ୍ତଯେ, ମଗଧ ସମ୍ରାଟ ଅଶୋକଙ୍କୁ ମହାନ କରି କଳିଙ୍ଗବାସୀଙ୍କୁ ନ୍ୟୁନ କରିବା ପାଇଁ ଇତିହାସରେ କଳିଙ୍ଗ ଯୁଦ୍ଧ କଥା ଲେଖାଯାଇଛି । ପୂର୍ବରୁ ତାଜମହଲକୁ ନେଇ ବିବାଦୀୟ ବୟାନ ପରେ, କଳିଙ୍ଗ ଯୁଦ୍ଧକୁ ନେଇ ବିଜେପିର ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ  ଓ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଆଜିକୁ ପ୍ରାୟ ୨୩ଶହ ବର୍ଷ ତଳେ ଖ୍ରୀଷ୍ଟପୂର୍ବ ୨୬୧ରେ ଘଟିଥିଲା କଳିଙ୍ଗ ଯୁଦ୍ଧର ମହାସଂଗ୍ରାମ । ଯେଉଁଥିରେ ପ୍ରାୟ ୧ଲକ୍ଷ ବୀର ସୈନିକଙ୍କ ମୃତ୍ୟୁ ହେଲା, ଦେଢଲକ୍ଷ ବନ୍ଦୀ ହେଲେ ଓ ଲକ୍ଷାଧିକ କ୍ଷତବିକ୍ଷତ, ପଙ୍ଗୁ ହୋଇଗଲେ । ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହୋଇଥିଲେ ମଗଧ ସମ୍ରାଟ ଅଶୋକ ।  ଗବେଷକ ମାନେ ପୁର୍ନବାର ଏହା ଉପରେ ଗବେଷଣା କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ଉଚିତ ବୋଲି କହିଛନ୍ତି ବିଶ୍ୱଭୂଷଣ ।