ଓଡିଆନ୍ ନ୍ୟୁଜ

174

ବରଗଡ, ସମ୍ବଲପୁର, ବ୍ରହ୍ମପୁର ଏବଂ ରାୟଗଡାରେ ଚାଷୀମାନେ ନିଜ ଫସଲରେ ନିଜେ ଲଗାଇଲେ ନିଆଁ ।

Team Odian News |

ବରଗଡ, ସମ୍ବଲପୁର, ବ୍ରହ୍ମପୁର ଏବଂ ରାୟଗଡାରେ ଚାଷୀମାନେ ନିଜ ଫସଲରେ ନିଜେ ଲଗାଇଲେ ନିଆଁ  । 
ବରଗଡ ,୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଚକଡ଼ା ପୋକ ଦ୍ବାରା ଫସଲ ନଷ୍ଟ ହେବା କାରଣରୁ ବରଗଡ ପରେ ଏବେ ସମ୍ବଲପୁର, ବ୍ରହ୍ମପୁର ଏବଂ ରାୟଗଡାରେ ଚାଷୀମାନେ ଆଜି ନିଜର ଏକର ଏକର ଜମିରେ ନିଆଁ ପ୍ରତିବାଦ ଜଣାଇଛନ୍ତି । ଅର୍ଥ ଉପାର୍ଜନା ଆଶାରେ ରକ୍ତକୁ ପାଣି କରି ଚାଷୀମାନେ ଯେଉଁ ଜମିରେ ସୁନା ଫଳାଇ ଥିଲେ ଏବେ ସେଥିରେ ନିଆଁ ଲଗାଇ ଦେଇଛନ୍ତି । ସେହି ଅର୍ଥରେ କିଏ ଝିଅ ବାହାଘର କରିବା ତ ଆଉ କିଏ ଘର ତିଆରି କରିବ ବା ପୁଅର ପାଠପଢାରେ ଖର୍ଚ କରିବ ଏପରି ଅନେକ ସ୍ବପ୍ନକୁ ଚାଷୀ ନିଆଁରେ ପୋଡି ଦେଇଛନ୍ତି । ସମ୍ବଲପୁର ଜିଲାର ମାନସର ବ୍ଳକ୍ ସାଅଁସପୁର ପଞ୍ଚାୟତର ଅର୍ଦା ଗାଁରେ ଚାଷୀମାନେ ନିଜ ଚାଷ ଜମିରେ ନିଆଁ ଲଗାଇଛନ୍ତି। ଚକଡା ପୋକ ଯୋଗୁଁ ଅମଳ ନଷ୍ଟ ହୋଇଥିବା କାରଣରୁ ଚାଷୀମାନେ ଏପରି କରିଥିବା କହିଛନ୍ତି ଚାଷୀ ସୂର୍ୟ୍ୟକାନ୍ତ ହୋତା । ସେ ୨୫ ଏକର ଜମିରେ ଚାଷ କରିଥିବା ବେଳେ ପ୍ରାୟ ୧୮ ଏକର ଜମିରେ ଚକଡା ପୋକ ଲାଗି ନଷ୍ଟ ହୋଇଯାଇଛି । ଚାଷ ପାଇଁ ପ୍ରାୟ ଏକ ଲକ୍ଷ ଖର୍ଚ କରିସାରିଥିବା ବେଳେ ପୋକ ଫସଲ ନଷ୍ଟ ହେବାରୁ ଚାଷୀ ସୂର୍ୟ୍ୟକାନ୍ତ ନିରାଶ ହୋଇ ୧୮ ଏକର ଜମିରେ ନିଆଁ ଲଗାଇଛନ୍ତି । ସେହିପରି ଗଞ୍ଜାମ ଜିଲା ଚିକିଟି ବ୍ଳକ୍ ପିତଟାଲି ଗାଁରେ ପୋକ ଲାଗି ନଷ୍ଟ ହୋଇଥିବା ଫସଲରେ ଚାଷୀମାନେ ନିଆଁ ଲଗାଇଛନ୍ତି ।