ଓଡିଆନ୍ ନ୍ୟୁଜ

124

ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ ଗାଁ ମାଟିରେ ସ୍ମୃତି ଚାରଣ

Team Odian News |

ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ ଗାଁ ମାଟିରେ ସ୍ମୃତି ଚାରଣ 
କେନ୍ଦ୍ରାପଡ଼ା ,୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଓଡ଼ିଶାର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରାଇବାରେ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ଭୂମିକା ଅତୁଳନୀୟ । ଭିକାରୀ ବଳ ଯେମିତି ସରଳ ଥିଲେ, ସେମିତି ସୁନ୍ଦର ଓ ଶ୍ରୁତିମଧୁର ଥିଲା ତାଙ୍କ ସଙ୍ଗୀତର ପାବନ ମୂଚ୍ଛନା । ଚାହୁଁଚାହୁଁ ଏ ଭିତରେ ୭ ବର୍ଷ ବିତିଗଲାଣି। ଭଜନସମ୍ରାଟ ଭିକାରୀ ବଳ ୧୯୨୯ ମେ ୨୫ରେ କେନ୍ଦ୍ରାପଡ଼ା ଜିଲା ସୁବଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ  । ଜନ୍ମଗ୍ରହଣ କରିଥିଲେ। ୨୦୧୦ ନଭେମ୍ବର ୨ରେ ସେ ପ୍ରାଣ ହରାଇଥିଲେ। ଭିକାରୀ ବଳ ଯେମିତି ସରଳ ଥିଲେ, ସେମିତି ସୁନ୍ଦର ଓ ଶ୍ରୁତିମଧୁର ଥିଲା ତାଙ୍କ ସଙ୍ଗୀତର ପାବନ ମୂଚ୍ଛନା। ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ଏକନିଷ୍ଠ ସାଧନା, ଅମାୟିକ ବ୍ୟକ୍ତିତ୍ବ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ସୁଦୂର ଆମେରିକା, ଇଂଲଣ୍ଡ, ଜାପାନ ପ୍ରଭୃତି ବିଦେଶୀ ରାଷ୍ଟ୍ରରେ ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଓଡ଼ିଶାର କଳା ସଂସ୍କୃତିକୁ ପ୍ରଚାର, ପ୍ରସାର କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ଏକ ଆଧିଭୌତିକ ଚେତନାରେ ଉଦବୁଦ୍ଧ କରୁଥିବା ଭିକାରୀ ବଳଙ୍କ ସ୍ବର ଓ ସ୍ବାକ୍ଷର। ଆଜି ସେଇ ପୁଣ୍ୟାତ୍ମା ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ କେନ୍ଦ୍ରାପଡ଼ା ଜିଲା ସୁବଳା  ଗାଁ ମାଟିରେ ସ୍ମୃତି ଚାରଣ କରିଛନ୍ତି  ଗ୍ରାମବାସୀ ମାନେ  ।