ଓଡିଆନ୍ ନ୍ୟୁଜ

102

ଲୋକପ୍ରିୟ ବାଦଶାହ ଶାହାରୁଖ ଖାନଙ୍କ ଜନ୍ମ ଦିନ,ଶୁଭେଚ୍ଛାର ସୁଅ

Team Odian News |

ଲୋକପ୍ରିୟ ବାଦଶାହ ଶାହାରୁଖ ଖାନଙ୍କ ଜନ୍ମ ଦିନ,ଶୁଭେଚ୍ଛାର ସୁଅ
ମୁମ୍ବାଇ ,୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ବଲିଉଡ଼୍‍ର ଲୋକପ୍ରିୟ ବାଦଶାହ ଶାହାରୁଖ ଖାନଙ୍କର  ନଭେମ୍ବର ୨ ତାରିଖ ଜନ୍ମ ଦିବସ ।କିଙ୍ଗ ଖାନ ରୂପେ ପରିଚିତ ଶାହରୁଖଙ୍କ ଦନ୍ମଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଜନ୍ମ ଦିବସ ଉପଲକ୍ଷେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶାହାରୁଖ ଖାନ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରତିବର୍ଷ ଭଳି  ଚଳିତ ବର୍ଷ ମଧ୍ୟ ତାଙ୍କ ସ୍ତ୍ରୀ ଗୌରୀ ଜନ୍ମ ଦିନ ପାର୍ଟି ଆୟୋଜନ କରିଛନ୍ତି। ନଭେମ୍ବର ଏକ ତାରିଖ  ମଧ୍ୟରାତ୍ରିରେ ଶାହାରୁଖ ଖାନଙ୍କ ଜନ୍ମ ଦିନ ପାର୍ଟିରେ ବଲିଉଡର ବହୁ ଲୋକପ୍ରିୟ କଳାକାର ଯୋଗ ‌ଦେଇଥିଲେ। ଯାହାର ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଶାହାରୁଖ ୧୯୬୫ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମର ପ୍ରଥମ ୫ ବର୍ଷ ମାଙ୍ଗାଲୋରରେ କଟିଥିଲା । ସେଠାରେ ଥିବା ବନ୍ଦରରେ ତାଙ୍କ ଅଜା ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ । ଶାହରୁଖଙ୍କ ପିତା ଦିଲ୍ଲୀରେ ବିଭିନ୍ନ ପ୍ରକାରର ବ୍ୟବସାୟ କରୁଥିଲେ । ସେ ସେତେବେଳେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଭଡାରେ ରହୁଥିଲେ। ପାଠ ପଢାରେ ବେଶ ଭଲ ଥିଲେ ଶାହାରୁଖ । ଏହା ସହ ବିଭିନ୍ନ ନାଟକରେ ସେ ଅଭିନୟ କରୁଥିଲେ ।
ଅଶୀ  ଦଶକ ଶେଷରେ ଶାହରୁଖ ଟିଭି ଦୁନିଆରେ ପାଦ ରଖିଥିଲେ । ତାଙ୍କ ଅଭିନୀତ ସର୍କସ ଧାରାବହିକ ବେଶ ଲୋକ ପ୍ରିୟତା ହାସଲ କରିଥିଲା । ୧୯୯୨ରେ ସେ ଦିଓ୍ୱାନା ସିନେମାରେ ଅବିନୟ କରିଥିଲେ । ଏହାପରେ ସେ ପଛକୁ ଫେରି ଚାହିଁ ନାହାନ୍ତି । ଅନେକ ହିଟ ସିନେମାରେ ସେ ଅଭିନୟ କରିଛନ୍ତି ।