ଓଡିଆନ୍ ନ୍ୟୁଜ

190

ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପରିସରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ,୬ଜଣ ଆହତ

Team Odian News |

ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପରିସରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ,୬ଜଣ ଆହତ 
 ବାଲେଶ୍ୱର ,୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍):ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପରିସରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଏମ୍‌ଇଏସର ଜଣେ ଠିକାଦାରଙ୍କ ଅଧୀନରେ ୯ଜଣ ଶ୍ରମିକ ବୋରିଂ କାମ କରୁଥିଲେ । ତେବେ ଯେଉଁଠି ବୋରିଂ ହେଉଥିଲା ସେହି ସ୍ଥାନର ମାଟି ତଳେ ବିଦ୍ୟୁତ୍ ତାର ଯାଇଥିଲା।  ବୋରିଂ ସମୟରେ ବିଦ୍ୟୁତ୍ ତାର ଛିଡ଼ି ଯିବା ଯୋଗୁଁ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ୬ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଆଇଟିଆର ପକ୍ଷରୁ ଉଦ୍ଧାର କରାଯାଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ହେଲା ଓ କାମ ବେଳେ ତଳେ ବିଦ୍ୟୁତ୍ ତାର ସଂଯୋଗ ରହିଛି ବୋଲି କେମିତି ଠିକାଦାର ଜାଣିପାରିଲେ ନାହିଁ ଓ ଡିଆରଡ଼ିଓ କର୍ତ୍ତୃପକ୍ଷ ଅବଗତ କରାଇଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାବୀର ଆସୋସିଏଟସ ଏହି କାମ କରୁଥିବା ଜଣାଯାଇଛି । ମୃତ ଦୁଇଜଣ ହେଉଛନ୍ତି ଚାନ୍ଦିପୁର ଶ୍ରୀକୋଣା ଭାୟା ପୋଖରୀ ଅଞ୍ଚଳର ମାଣିକ ଖିଲାର (୪୦) ଓ ସଦର ବ୍ଲକ ପରିଖି ଯଶିପୁର ଅଞ୍ଚଳର କୁଶ (୩୫) । ଆହତ ମାନେ ହେଲେ ଶ୍ରୀକୋଣା ଅଞ୍ଚଳର ଚୁମକି ଖିଲାର (୨୪), ମଙ୍ଗଲ ଖିଲାର (୩୫), ଶିବୁ ଖିଲାର, ପୂର୍ଣ୍ଣିମା ଖିଲାର (୪୨), ମହେଶ୍ୱର ଖିଲାର (୩୫), ବୁବୁ ଖିଲାର ।