ଓଡିଆନ୍ ନ୍ୟୁଜ

117

ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌

Team Odian News |

ମହଙ୍ଗା ହେଲା ରନ୍ଧନ ଗ୍ୟାସ୍‌
ନୂଆଦିଲ୍ଲୀ ,୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ଉଭୟ ରିଆତି ଏବଂ ଅଣ-ରିଆତି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି । ଚଳିତ ଆର୍ଥିକବର୍ଷ ସୁଦ୍ଧା ସମସ୍ତ ରିଆତି ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ମାସରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇବା ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଦର ବୃଦ୍ଧି କରାଯାଇଛି । ୨୦୧୬ ଜୁଲାଇରେ ସରକାର ଏ ନେଇ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହା ପରଠାରୁ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ଏହାକୁ ମିଶାଇ ୧୯ଥର ବୃଦ୍ଧି ଘଟିଛି । ଏଥିଯୋଗୁ ରିଆତି ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟରେ ୪ଟଙ୍କା ୫୦ ପଇସା ବୃଦ୍ଧି ଘଟିଥିବାବେଳେ ଅଣ-ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୯୩ ଟଙ୍କା ବୃଦ୍ଧି ଘଟିଛି । ଏହାର ପ୍ରଭାବରେ ଏବେ ଘରୋଇ ବଜାରରେ ରନ୍ଧନ ଗ୍ୟାସ୍‌ ମହଙ୍ଗା ହୋଇଛି ।
ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଙ୍କ ସୂତ୍ରରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଚଳିତବର୍ଷ ଅଗଷ୍ଟ ପରେ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ଏହା ହେଉଛି କ୍ରମାଗତ ଭାବେ ୪ର୍ଥ ବୃଦ୍ଧି । ଏଲ୍‌ପିଜି ଦରରେ ବୃଦ୍ଧି ଫଳରେ ରାଜଧାନୀ ନୂଆଦିଲ୍ଲୀରେ ରିଆତି 
ଏଲ୍‌ପିଜି ସିଲିଣ୍ଡର ପିଛା (୧୪.୨କେଜି) ମୂଲ୍ୟରେ ୪ ଟଙ୍କା ୫୦ ପଇସା ବୃଦ୍ଧି ଘଟି ୪୯୫ ଟଙ୍କା ୬୯ ପଇସାରେ ପହଞ୍ôଚଛି । ପୂର୍ବରୁ ଏହା ସିଲିଣ୍ଡର ପିଛା ୪୭୯ ଟଙ୍କା ୭୭ ପଇସା ରହିଥିଲା । ଶେଷଥର ପାଇଁ ଅକ୍ଟୋବର ପହିଲାରେ ଏହାର ମୂଲ୍ୟରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧିି ଘଟିଥିଲା । ଗତବର୍ଷ ଜୁଲାଇଠାରୁ ମାସିକ ଏଲ୍‌ପିଜି ମୂଲ୍ୟରେ ୨ ଟଙ୍କା କରି ବୃଦ୍ଧି ଘଟାଇବା ନିଷ୍ପତ୍ତି ନିଆଯିବାଠାରୁ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୭୬ ଟଙ୍କା ୫୧ ପଇସା ବୃଦ୍ଧି ଘଟିଛି । ୨୦୧୬ ଜୁନ୍‌ରେ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୪୧୯ ଟଙ୍କା ୧୮ ପଇସା ରହିଥିଲା । ମାସିକ ଏଲ୍‌ପିଜି ମୂଲ୍ୟରେ ୨ ଟଙ୍କା କରି ବୃଦ୍ଧି ଘଟାଇବା ଲାଗି ସରକାର ପୂର୍ବରୁ ଆଇଓସି, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଭଳି ତୈଳ କମ୍ପାନୀଙ୍କୁ ନିର୍ଦେଶ ଦେଇଥିଲେ । ସେହିଭଳି ଆଜି ଅଣ -ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୯୩ ଟଙ୍କା ବୃଦ୍ଧି ଘଟି ୭୪୨ ଟଙ୍କା ହୋଇଛି । ଶେଷ ଥର ହୋଇଥିବା ଦର ସମୀକ୍ଷା ସମୟରେ ଅଣ-ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୭୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା । ଏସବୁବ୍ୟତୀତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ବିମାନ ଟର୍ବାଇନ୍‌ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କିଲୋଲିଟର ପିଛା ୨% ବୃଦ୍ଧି ଘଟାଇଛନ୍ତି । ଫଳରେ ଏଟିଏଫ୍‌ ମୂଲ୍ୟରେ କିଲୋଲିଟର ପିଛା ୧୦୯୮ ଟଙ୍କା ବୃଦ୍ଧିି ଘଟି ୫୪,୧୪୩ ଟଙ୍କା ହୋଇଛି ।