ଓଡିଆନ୍ ନ୍ୟୁଜ

120

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜୁ ଜନତା ଦଳର ମହିଳା ମୋର୍ଚାର ବିକ୍ଷୋଭ

Team Odian News |

ଗ୍ୟାସ ଦର ବୃଦ୍ଧିକୁ ନେଇ  ବିଜୁ ଜନତା ଦଳର ମହିଳା ମୋର୍ଚାର ବିକ୍ଷୋଭ
 ଭୁବନେଶ୍ୱର,୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଗ୍ୟାସ ଦର ବୃଦ୍ଧିକୁ ନେଇ ଆଜି ବିଜୁ ଜନତା ଦଳର ମହିଳା ମୋର୍ଚା ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି। ଏଥିରେ ଶତାଧିକ ମହିଳା ଯୋଗ ଦେଇ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ୟାସ ଦର ହ୍ରାସ କରିବାକୁ ଦାବି କରିଛନ୍ତି। ବିଜୁ ଜନତା ଦଳ ମହିଳା ମୋର୍ଚାର କର୍ମୀମାନେ କେନ୍ଦ୍ର ସରକରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।