ଓଡିଆନ୍ ନ୍ୟୁଜ

136

ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ,ନବନିର୍ମାଣ କୃଷକ ସଂଗଠନ

Team Odian News |

 ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ,ନବନିର୍ମାଣ କୃଷକ ସଂଗଠନ
ବରଗଡ,୩/୧୧( ଓଡ଼ିଆନ୍ ନ୍ୟୁଜ୍ ):  ବରଗଡ କଳାପାଣିରେ ପହଂଚିଛି ବିଜେପି ଟିମ । ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଦଳ ବରଗଡ ଯାଇଛନ୍ତି । ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ ଏହାସହ ଚାଷୀଙ୍କୁ ଆବ୍ୟଶକ ପରିମାଣର କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି । ବୃନ୍ଦାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉ ଏବଂ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ ବୋଲି ବସନ୍ତ ପଣ୍ଡା ଦାବି କରିଛନ୍ତି । ସେହିପରି, ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ ଭେଟିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଛନ୍ତି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଂଜନ ପଟ୍ଟନାୟକ ଓ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର । ଉଭୟେ କଳାପାଣି ଅଂଚଳରେ ଚାଷୀଙ୍କୁ ଭେଟି ସମସ୍ୟା ବାବଦରେ ପଚାରି ବୁଝିଛନ୍ତି । ଚାଷୀ ପରିବାରଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ସୌମ୍ୟ ରଂଜନ କହିଛନ୍ତି, ଏହା ଏକ ସ୍ପର୍ଶ କାତର ବିଷୟ । ୪୮ ଘଂଟାର ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି କୃଷିମନ୍ତ୍ରୀ ନିଜେ ଘଟଣାସ୍ଥଳକୁ ଆସନ୍ତୁ ଆଉ ଚାଷୀର ଦୁଃଖ, ସମସ୍ୟା ବୁଝନ୍ତୁ । ଅନ୍ୟପଟେ ନବ ନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯାହା ଜଳ ଜଳ ଦେଖାଯାଉଛି, ତାର ତଦନ୍ତର ଆବଶ୍ୟକତା କଣ ରହିଛି । ଏପରି ତଦନ୍ତ ପ୍ରସହନ ବନ୍ଦ କରି କୃଷିମନ୍ତ୍ରୀ ଘଟଣାସ୍ଥଳକୁ ଆସନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଂଯୋଜକ । ଏହାର ଦୃଢ ଜବାବ ଦେବାକୁ ଚାଷୀ ଏକଜୁଟ ହେଉଛି, ଆଗକୁ ଦୃଢ ଜବାବ ଦିଆଯିବ ବୋଲି ଅକ୍ଷୟ କୁମାର କହିଛନ୍ତି ।