ଓଡିଆନ୍ ନ୍ୟୁଜ

130

ମହିଳା ଏସିଆ କପ୍‌ ହକି; କାଜାଖସ୍ତାନକୁ ହରାଇ ସେମିରେ ଭାରତ

Team Odian News |

 ମହିଳା ଏସିଆ କପ୍‌ ହକି; କାଜାଖସ୍ତାନକୁ ହରାଇ ସେମିରେ ଭାରତ
କାକାମ୍‌ଗିଗାହିରା,୩/୧୧( ଓଡ଼ିଆନ୍ ନ୍ୟୁଜ୍ ଟିମ୍): ଜାପାନାରେ ଖେଳା ଯାଉଥିବା ମହିଳା ଏସିଆ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଗୁରୁବାର ଖେଳା ଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ସହଜରେ କାଜାଖସ୍ତାନକୁ ୭-୧ ଗୋଲ୍‌ରେ ପରାଜିତ କରିଛି । ଏହି ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ୟ୍ୟାୟରେ ଭାରତ ୧୦-୦ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଥିବା ବେଳେ ଚୀନ୍‌କୁ ୪-୧ ଓ ମାଲେସିଆକୁ ୨-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲରେ କାଜାଖସ୍ତାନ ତରଫରୁ ଭେରା ଡୋମାସନେଭା ୨ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ଗୋଲ୍‌ ବରଣ କରିବା ପରେ ଭାରତୀୟ ଦଳର ଖେଳାଳିମାନେ କାଜାଖସ୍ତାନ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ । ଖେଳର ୪ ମିନିଟ୍‌ରେ ଭାରତ ପକ୍ଷରୁ ଗୁରଜିତ୍‌ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ । ଏହାପରେ ଭାରତୀୟ ଖେଳାଳିମାନେ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଖେଳିବା ସହ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରି ଚାଲିଥିଲେ । ୧୬ ମିନିଟ୍‌ରେ ଭାରତ ପକ୍ଷରୁ ଦୀପଗ୍ରେସ୍‌୍‌ ଦ୍ୱିତୀୟ ଗୋଲ ସ୍କୋର କରିଥିବା ବେଳେ ୨୨ ଓ ୨୭ ମିନିଟ୍‌ରେ ନବନୀତ୍‌ ତୃତୀୟ ଓ ଚତୁର୍ଥ ଗୋଲ ସ୍କୋର କରିଥିଲେ । ହେସିପରି ୪୧ ମିନିଟ୍‌ରେ ଦୀପଗ୍ରେସ୍‌ ପଞ୍ଚମ ଗୋଲ ସ୍କୋର କରିଥିବା ବେଳେ ଗୁରଜିତ୍‌ ୪୨ ଓ ୫୬ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ୭-୧ରେ ବିଜୟୀ କରାଇଥିଲେ । ଏହି ପ୍ରତିଯୋଗିତାରେ ଗୁରଜିତ୍‌ ୬ଟି ଗୋଲ ଦେଇ ସାରିଲେଣି । ଆସନ୍ତା ଶୁକ୍ରବାର ଜାପାନ ବିରୋଧରେ ଭାରତ ସେମିଫାଇନାଲ ଖେଳିବ ।