ଓଡିଆନ୍ ନ୍ୟୁଜ

170

ଗିରଫ ବିଧାୟକ ପ୍ରଭାତ ଐତିହାସିକ ବାଲିଯାତ୍ରାର ଉଦ୍‍ଘାଟନ ଉତ୍ସବ ଅତିଥି

Team Odian News |


ଗିରଫ ବିଧାୟକ ପ୍ରଭାତ ଐତିହାସିକ ବାଲିଯାତ୍ରାର ଉଦ୍‍ଘାଟନ ଉତ୍ସବ  ଅତିଥି
କଟକ,୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍):ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ହୋଇ ସିବିଆଇ ହେପାଜତରେ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଅଛନ୍ତି । ଅସୁସ୍ଥତା ଯୋଗୁଁ ସେ ବର୍ତ୍ତମାନ  ସେ ସିବିଆଇ ହେପାଜତରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଏକମାସରୁ ଊଦ୍ଧ୍ୱର୍ ସମୟଧରି ସେ ଗିରଫ ହୋଇଥିବାବେଳେ ପ୍ରଶାସନ ନିକଟରେ ଏ ସୂଚନା ନାହିଁ ।  
ଚଳିତବର୍ଷ ଐତିହାସିକ ବାଲିଯାତ୍ରାର ଉଦ୍‍ଘାଟନ ଉତ୍ସବ ପାଇଁ ପ୍ରଶାସନ ଛପାଇଥିବା ନିମନ୍ତ୍ରଣପତ୍ରରୁ ଏହା ଜଣାପଡିଛି । ଜିଲାର ଦୁଇମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ବିଭିନ୍ନ ଲୋକପ୍ରତିନିଧି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଉଦ୍‍ଘାଟନ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ନାଁ ମଧ୍ୟ ଅତିଥି ତାଲିକାରେ ରହିଛି । ଜିଲା ପ୍ରଶାସନର ଏ ପ୍ରକାର ନିମନ୍ତ୍ରଣପତ୍ରକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଜାଣିଶୁଣି ବିଧାୟକ ଶ୍ରୀ ବିଶ୍ୱାଳଙ୍କ ନାମ ନିମନ୍ତ୍ରଣପତ୍ରରେ ଛପାଯାଇଥିବା ଆଲୋଚନା ହେଉଛି ।