ଓଡିଆନ୍ ନ୍ୟୁଜ

146

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ, ପ୍ରସୃତିଙ୍କୁ ଭାରରେ ଡ଼ାକ୍ତରଖାନା କାନ୍ଧରେ ଆଣିଲେ ଡ଼ାକ୍ତର

Team Odian News |

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ, ପ୍ରସୃତିଙ୍କୁ ଭାରରେ ଡ଼ାକ୍ତରଖାନା କାନ୍ଧରେ ଆଣିଲେ ଡ଼ାକ୍ତର
ମାଲକାନାଗିରି,୪/୧୧( ଓଡ଼ିଆନ୍ ନ୍ୟୁଜ୍):  ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇଥିବାବେଳେ ଜଣେ ପ୍ରସୂତୀ ମହିଳାଙ୍କୁ ୮ କିଲୋମିଟର ଦୂର ଭାରରେ ବୋହି ଆଣି ଡାକ୍ତରଖାନା ପହଞ୍ଚାଇଥିବା ଜଣେ ଡାକ୍ତରଙ୍କର କର୍ତ୍ତବ୍ୟନିଷ୍ଠା ମାଲକାନଗିରି ଜିଲାରେ ଚର୍ଚ୍ଚାର ବିଷୟ ପାଲିଟିଛି । ସୂଚନା ଅନୁଯାୟୀ ଚିତ୍ରକୁଣ୍ଡା ବ୍ଲକ୍‌ ପୁରୁମାନୁର ପଞ୍ଚାୟତର ତାରିଗେଟା ଗ୍ରାମର ବେବି ନାମକ ଜଣେ ମହିଳା ପ୍ରସବ ବେଦନା ପାଇବା ପରେ ତାଙ୍କ ପରିବାର ଲୋକେ ପପଲୁରୁଠାରେ ଥିବା ଡାକ୍ତର ଓଁକାର ଭଦ୍ରାଙ୍କୁ ଖବର ଦେଇଥିଲେ । ଡାକ୍ତର ଜଣକ ଗ୍ରାମରେ ପହଞ୍ଚି ମହିଳାଙ୍କୁ ପ୍ରସୂତି କରାଇଥିଲେ । ତେବେ ପ୍ରସବ ପରେ ରକ୍ତଚାପ କମିଯିବା ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନେବା ଜରୁରୀ ହୋଇପଡିଥିଲା । ସେହି ଗ୍ରାମକୁ ରାସ୍ତା ନ ଥିବାବେଳେ ପରିବାର ଲୋକେ ଓ ଡାକ୍ତର ମିଶି ଏକ ଭାରରେ ମହିଳାଙ୍କୁ ୮ କିଲୋମିଟର ଦୂର ପପଲୁର ଚିକିତ୍ସାଳୟକୁ ଆଣିଥିଲେ । ବର୍ତ୍ତମାନ ପ୍ରସୂତି ମହିଳା ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଦୁର୍ଗମ ଅଞ୍ଚଳରେ କାର୍ୟ୍ୟରତ ଜଣେ ଡାକ୍ତରଙ୍କ ଏଭଳି କାର୍ୟ୍ୟକୁ ବିଭିନ୍ନ ଅଞ୍ଚଳରେ ପ୍ରଶଂସା କରାଯାଇଛି ।