ଓଡିଆନ୍ ନ୍ୟୁଜ

205

ୱାଲ୍ଡ ଫୁଡ୍ ଫେଷ୍ଟିଭାଲରେ ପ୍ରସ୍ତୁତ ହେଲା ୧୧୦୦ କେ.ଜି ଖେଚୁଡି,ବିଶ୍ବ ରେକର୍ଡ

Team Odian News |

ୱାଲ୍ଡ ଫୁଡ୍ ଫେଷ୍ଟିଭାଲରେ ପ୍ରସ୍ତୁତ ହେଲା ୧୧୦୦ କେ.ଜି ଖେଚୁଡି,ବିଶ୍ବ ରେକର୍ଡ
ନୂଆଦିଲ୍ଲୀ,୪/୧୧( ଓଡ଼ିଆନ୍ ନ୍ୟୁଜ୍): ଦିଲ୍ଲୀ ଇଣ୍ଡିଆ ଗେଟରେ ଆରମ୍ଭ ହୋଇଛି ୱାଲ୍ଡ ଫୁଡ୍ ଫେଷ୍ଟିଭାଲ । ପୂର୍ବରୁ ଭାରତର ଜାତୀୟ ଖାଦ୍ୟ ଭାବେ ଖେଚୁଡିକୁ ମାନ୍ୟତା ମିଳିଥିବା ବେଳେ ୱାଲ୍ଡ ଫୁଡ୍ ଫେଷ୍ଟିଭାଲର ଦ୍ବିତୀୟ ଦିବସରେ ୧୧୦୦ କେଜିର ଖେଚୁଡି ପ୍ରସ୍ତୁତ କରାଯାଇ ବିଶ୍ବ ରେକର୍ଡ ସୃଷ୍ଟି ହୋଇଛି । ଏହାକୁ ଲୋକପ୍ରିୟ ରୋଷେୟା ସଞ୍ଜୀବ କପୁରଙ୍କ ନେତୃତ୍ଵରେ ୫୦ ଜଣ ଭାରତୀୟ ରୋଷେୟା ପ୍ରସ୍ତୁତ କରିଛନ୍ତି । ଏଥିରେ ୧୦୦ କେ.ଜି ଘିଅ ବ୍ୟବହାର କରାଯାଇଥିବା ବେଳେ ୫୦୦ କେ.ଜି ଚାଉଳ, ୩୦୦ କେ.ଜି ଡାଲି ଏବଂ ଅନ୍ୟାନ୍ୟ ମସଲା ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି, ହରସମିରନ କୌରଙ୍କ ସହ ଯୋଗଗୁରୁ ରାମହେବ ବାବା ଏହି ଖେଚୁଡି ପ୍ରସ୍ତୁତ କରିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।