ଓଡିଆନ୍ ନ୍ୟୁଜ

184

ଭିତରକନିକା ଲୁଣା ଜଙ୍ଗଲରୁ ୧୦ଏକର ଗଛ କାଟିଲେ କାଟି ନେଲେ ଦୁବୃର୍ତ୍ତ

Team Odian News |

ଭିତରକନିକା ଲୁଣା ଜଙ୍ଗଲରୁ ୧୦ଏକର ଗଛ କାଟିଲେ କାଟି ନେଲେ ଦୁବୃର୍ତ୍ତ
ରାଜନଗର,୪/୧୧( ଓଡ଼ିଆନ୍ ନ୍ୟୁଜ୍):ରାଜନଗର ଭିତରକନିକା ଅଂଚଳରେ ଲୁଣା ଜଙ୍ଗଲର ସୁରକ୍ଷା ଓ ନୂତନ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ସୁରକ୍ଷା ପରିବର୍ତ୍ତେ ଜାତୀୟ ଉଦ୍ୟାନରେ ଥିବା ଲୁଣା ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଭିତରକନିକା ରେଂଜ ଅନ୍ତର୍ଗତ ଶୈଳେନ୍ଦ୍ରସରାଇ ଗାଁ ନିକଟରେ ଥିବା ଜଙ୍ଗଲରୁ ପ୍ରାୟ ୧୦ ଏକର ଜମିରେ ବିରଳ ଲୁଣା ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଏହି ୧୦ ଏକର ଜମିରେ ଥିବା ୨ ହଜାରରୁ ଅଧିକ ଗଛକୁ କାଟିଦିଆଯାଇଛି । ଗଛ ମୂଳରୁ ଫୁଟେ ଓ ଅଧଫୁଟ ଲେଖାଁଏ ଛାଡି ଗଛଟିକୁ ଲୁଟି ନିଆଯାଇଛି । ସବୁଠାରୁ ବଡ କଥା ହେଉଛି, ତାଳଚୁଆରୁ ପ୍ରଭାତି ଲୁଣା ଘେରିବନ୍ଧର ଶୈଳେନ୍ଦ୍ରସରାଇ ନିକଟରେ ଏହି ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଜଙ୍ଗଲ କଟାଯାଉଥିବା ସମ୍ପର୍କରେ ଯେମିତି କେହି କିଛି ଜାଣିନପାରିବେ ସେଥିପାଇଁ ରାସ୍ତାକଡରେ କିଛି ଗଛକୁ ଛାଡି ଜଙ୍ଗଲ ଭିତରେ ଏହି ବିରଳ ଲୁଣା ଜାତୀୟ ଗଛକୁ କଟାଯାଇଛି ।ବନ ବିଭାଗର ଅପାରଗତାରୁ ଏଭଳି ବାଂଲାଦେଶୀମାନେ ଗଛ କାଟିବାରେ ସମର୍ଥ ହୋଇଥିବା ନେଇ ପରିବେଶବିତ୍‍ ଭାସ୍କର ରାଉତରାୟ ଅଭିଯୋଗ କରିଛନ୍ତି  । ରାଜନଗର ଡ଼ିଏଫ୍‍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କରିଛନ୍ତିଯେ, ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।