ଓଡିଆନ୍ ନ୍ୟୁଜ

141

ଚାଷୀ ସମସ୍ୟା ନେଇ ହାଇକୋର୍ଟରେ ମାମଲା: କୃଷି ଋଣ ଛାଡ଼, ଚାଷୀଙ୍କୁ କ୍ଷତିପୂରଣ ପାଇଁ ନିବେଦନ

Team Odian News |

ଚାଷୀ ସମସ୍ୟା ନେଇ ହାଇକୋର୍ଟରେ ମାମଲା: କୃଷି ଋଣ ଛାଡ଼, ଚାଷୀଙ୍କୁ କ୍ଷତିପୂରଣ ପାଇଁ ନିବେଦନ
କଟକ,୭/୧୧( ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟରେ ଚାଷୀ ଆତ୍ମହତ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରି ରାଜ୍ୟରେ ଧାନ ଜମିରେ ପୋକ ଲାଗି ଯିବା ଫଳରେ ଅନେକ ଜିଲ୍ଲାର ଚାଷୀଙ୍କୁ କ୍ଷତି ସହିବା ପାଇଁ ପଡୁଛି । ଏହି କ୍ଷତିକୁ ସହ୍ୟ କରି ନ ପାରି ଜଣଙ୍କ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବା ଘଟଣା ପଦାକୁ ଆସିଛି । ତେଣୁ ମୃତ ଚାଷୀ ପରିବାରବର୍ଗଙ୍କୁ କ୍ଷତିପୂରଣ ସହ ଋଣ ଛାଡ଼ କରିବା ଲାଗି ଆବେଦନକାରୀ ଦର୍ଶାଇଛନ୍ତି । ଏଥିସହ ସଂପୂର୍ଣ୍ଣ ଘଟଣାରେ ଜଣେ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ କରାଯିବା ଆବଶ୍ୟକ ଅଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଅନ୍ୟପାଶ୍ୱର୍ରେ ଚାଷୀମାନଙ୍କ ଧାନର ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଦର୍ଶାଯାଇଛି । ଏଥିସହ ଚାଷ ଜମିକୁ ବୀମା ବ୍ୟବସ୍ଥା କରିବା ଲାଗି ଆବେଦନକାରୀ ଦର୍ଶାଇଛନ୍ତି । ଏହି ମାମଲାରେ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେଥିରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ, କେନ୍ଦ୍ର ଓ ରାଜ୍ୟ କୃଷି ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ୟ୍ୟାମୀ ସ୍ୱାଇଁ ଏହି ମାମଲା ରୁଜୁ କରିଛନ୍ତି ।