ଓଡିଆନ୍ ନ୍ୟୁଜ

115

ରେଳ ଧାରଣାରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର

Team Odian News |

ରେଳ ଧାରଣାରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର
ସମ୍ବଲପୁର ,୮/୧୧( ଓଡ଼ିଆନ୍ ନ୍ୟୁଜ୍): ଫାଟକ ଷ୍ଟେସନ ନିକଟସ୍ଥ ଜଗନ୍ନାଥ କଲୋନି ପଛପଟ ରେଳ ଧାରଣାରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ, ଜଣେ ମହିଳା ଏବଂ ତିନି ଜଣ ଝିଅ। ଏମାନେ ସମୂହ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ଜଗନ୍ନାଥ କଲୋନିରେ ରହୁଥିବା ଧରଣୀଧର ପଣ୍ଡା(୫୨), ତାଙ୍କ ପତ୍ନୀ ସଙ୍ଗୀତା ପଣ୍ଡା(୪୦), ବଡ଼ ଝିଅ ଅପରାଜିତା(୧୬), ଅନନ୍ୟା(୧୨) ଏବଂ ସାନଝିଅ ଶ୍ରଦ୍ଧା(୩) ବର୍ଷ । ଧରଣୀଧର ସ୍ଥାନୀୟ ମଦନାବତୀ ପବ୍ଲିକ୍‌ ସ୍କୁଲ୍‌ରେ ସଙ୍ଗୀତ ଶିକ୍ଷକ ଭାବେ କାର୍ୟ୍ୟ କରୁଥିଲେ। ତେବେ ସମୂହ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଧରଣୀଧରଙ୍କ ନିଜ ଘର ବରଗଡ଼ ଜିଲ୍ଲାର ବୁରୁଦା ଗାଁରେ। ଜଣେ ସଙ୍ଗୀତ ଶିକ୍ଷକ ଓ କଳାକାର ଭାବେ ସେ ପରିଚିତ ଥିଲେ। ତେବେ ସେ ଆର୍ଥିକ ସମସ୍ୟା ଭିତରେ ଗତି କରୁଥିଲେ ବୋଲି ପଡ଼ୋଶୀଙ୍କ ସୂତ୍ରରୁ ପ୍ରକାଶ। ଏଥିରେ ଅତିଷ୍ଠ ହୋଇ ସମସ୍ତେ ସମୂହ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମଙ୍ଗଳବାର ରାତିରେ ପାଞ୍ଚଜଣ ଯାକ ଆତ୍ମହତ୍ୟା କରିଥିବା କୁହାଯାଉଛି । ସମ୍ବଲପୁର-ଝାରସୁଗୁଡ଼ା ଡିଏମ୍‌ୟୁର ଚାଳକ ମଙ୍ଗଳବାର ରାତି ୮ଟାରେ ରେଳବାଇ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଜିଆର୍‌ପି ଏବଂ ଆର୍‌ପିଏଫ୍‌ ଘଟଣାସ୍ଥଳରେ ଉପସ୍ଥିତ ହୋଇ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ। ଧରଣୀଧରଙ୍କ ନିକଟ ସମ୍ପର୍କୀୟଙ୍କୁ ଏହି ଅଘଟଣ ବିଷୟରେ ସୂଚନା ଦିଆଯାଇଛି।