ଓଡିଆନ୍ ନ୍ୟୁଜ

42

କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Team Odian News |

କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର,୮/୧୧( ଓଡ଼ିଆନ୍ ନ୍ୟୁଜ୍) : କୋରାପୁଟ ଜିଲା କୁନ୍ଦୁଲିର ନାବାଳିକା ଆଣିଥିବା ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଅଫ ଇନ୍‌କ୍ୱାରୀ ଆକ୍ଟ ୧୯୫୨ ଅନୁଯାୟୀ ଜଣେ ଜିଲା ଜଜ୍‌ ଏହି ଘଟଣାର ତଦନ୍ତ କରିବେ । କ୍ରାଇମ ବ୍ରାଞ୍ଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ମଙ୍ଗଳବାର କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ମୋଡ ଆସିଥିଲା। ନାବାଳିକଙ୍କୁ ଗଣବଳାତ୍କାର ହୋଇଥିବାର କୌଣସି ପ୍ରାମାଣ ନ ଥିବା କଥା ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇଥିଲେ । ତଦନ୍ତ ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ନାବଳିକା ଗଣବଳାତ୍କାର ଶିକାର ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତକାରୀ ପୁଲିସ ଓ ଡାକ୍ତରଙ୍କ ତଥ୍ୟ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେହି ଅଞ୍ଚଳ ଦେଇ ଯବାନଙ୍କର ଚଳପ୍ରଚଳ ନ ଥିଲା। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯାଉଥିବା ପୁଲିସ ଡିଜି ଆର ପି ଶର୍ମା କହିଛନ୍ତି । ଅପରାଧ ଶାଖା ଓ କୋରାପୁଟ ଏସପି ଏହାର ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ, ଗତ ମାସ ୧୫ ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନଙ୍କ ପୋଷାକ ପିନ୍ଧିଥିବା ୪ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।