ଓଡିଆନ୍ ନ୍ୟୁଜ

99

ଫେସବୁକରେ ଭିଡିଓ ଅପଲୋଡ କରିବା ପରେ ଯୁବକ କଲେ ଆତ୍ମହତ୍ୟା

Team Odian News |

ଫେସବୁକରେ ଭିଡିଓ ଅପଲୋଡ କରିବା ପରେ ଯୁବକ କଲେ ଆତ୍ମହତ୍ୟା
ପୁରୀ,୯/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ବିବାହ ଦୁର୍ବିସହ ହେବା ସହ ମାନସିକ ଯନ୍ତ୍ରଣା ସହି ନ ପାରି ଜେଣ ବିବାହିତ ଯୁବକ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ନିଜ ମାନସିକ ଯନ୍ତ୍ରଣାର କାହାଣୀକୁ ଭିଡିଓ କରି ଫେସବୁକରେ ଅପଲୋଡ କରିଛନ୍ତି ଯୁବକ । ଏଥିରେ ବିବାହ ଓ ତାଙ୍କ ପତ୍ନୀଙ୍କର ଅଲଗା ସମ୍ପର୍କ, ତାପରେ ସେ ପାଉଥିବା ମାନସିକ ଯନ୍ତ୍ରଣା ବିଷୟରେ ସେ ବର୍ଣ୍ଣନା କରିଛନ୍ତି । କେବଳ ସେତିକି ନୁହେଁ ଶେଷରେ ନିଜ ମାଆକୁ ବି କ୍ଷମା ପ୍ରାର୍ଥନା କରି , ନିଜ ଗାଁ ମୁଣ୍ଡରେ ଥିବା ଏକ ଗଛରେ   ରଶି ଦେଇ ଆତ୍ମହତ୍ୟା କରିଛନ୍ତି ପୁରୀ ସଦର ଗଡ ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ର ।