ଓଡିଆନ୍ ନ୍ୟୁଜ

174

ମଙ୍ଗଳକୁ ଯିବେ ଏକ ଲକ୍ଷ ୩୮ ହଜାର ଭାରତୀୟ,୨୦୧୮, ମେ ୫ ତାରିଖରେ ମଙ୍ଗଳ ଯାତ୍ରା

Team Odian News |

ମଙ୍ଗଳକୁ ଯିବେ ଏକ ଲକ୍ଷ ୩୮ ହଜାର ଭାରତୀୟ,୨୦୧୮, ମେ ୫ ତାରିଖରେ ମଙ୍ଗଳ  ଯାତ୍ରା
 ନୂଆଦିଲ୍ଲୀ,୯/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):ନାସାର ମଙ୍ଗଳ ଅଭିଯାନ ପାଇଁ ଏକ ଲକ୍ଷ ୩୮ ହଜାର ୮୯୯ ଜଣ ଭାରତୀୟ ଆବେଦନ କରିଛନ୍ତି । ବିଶ୍ୱରେ ଆମେରିକାର ସର୍ବାଧିକ ଲୋକ ଏଥିପାଇଁ  ଆବେଦନ କରିଥିବା ବେଳେ ଚୀନର ଦ୍ୱିତୀୟ ସର୍ବାଧିକ ଲୋକ ମଙ୍ଗଳଯାତ୍ରା ପାଇଁ ଆବେଦନ କରିଛନ୍ତି । ୨୦୧୮, ମେ ୫ ତାରିଖରେ ମଙ୍ଗଳ ପାଇଁ ଏହି ସ୍ୱତ୍ୱନ୍ତ୍ର ବିମାନ ଯାତ୍ରା କରିବ । ଏଥିପାଇଁ ନାସା ଓ୍ୱେବସାଇଟରେ ଅନଲାଇନ ଆବେଦନ କରିବାକୁ ପଡୁଛି । ମଙ୍ଗଳର ବିଷୁବ ରେଖା ନିକଟରେ ଏହି ବିମାନ ଅବତରଣ ଖରିବା ସହ ବିଭିନ୍ନ ବୈଜ୍ଞାନିକ ପର୍ୟ୍ୟବେକ୍ଷଣ ଓ ଗବେଷଣଆ କରିବାର ଯୋଜନା ରହିଛି। 
ସାରା ବିଶ୍ୱରୁ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ପାଇଁ ୨ କୋଟି ୪୨ ଲକ୍ଷ ୯୮୦୭ ଜଣ ଲୋକ ଆବେଦନ କରିଥିଲେ । ଆମେରିକାର  ସର୍ବାଧିକ ୬ ଲକ୍ଷ ୭୬ ହଜାର୭୭୩, ଚୀନରୁ ୨ ଲକ୍ଷ ୬୨ ହଜାର ୭୫୨ ଜଣ ଓ ଭାରତରୁ ଏକ ଲକ୍ଷ ୩୮ ହଜାର ୮୯୯ ଜଣ ଆବେଦନ କରିଛନ୍ତି ।