ଓଡିଆନ୍ ନ୍ୟୁଜ

95

କୃଷି ମନ୍ତ୍ରୀ ଦାମ ରାଉତଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ

Team Odian News |

କୃଷି ମନ୍ତ୍ରୀ ଦାମ ରାଉତଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ
ଅନୁଗୁଳ,୯/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):  କୃଷି ମନ୍ତ୍ରୀ ଦାମ ରାଉତଙ୍କୁ ଅନୁଗୁଳର ବନ୍ତଳା ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଛି । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ଆକ୍ଷେପମୂଳକ ମନ୍ତବ୍ୟ ପ୍ରଦାନ ପରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।  ଗୁରୁବାରରେ ଅନୁଗୁଳ ବନ୍ତଳା ନିକଟରେ ଏକ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ  ମହୀଧରପୁର ଛକ ନିକଟରେ ବିଜେପି ମହିଳା ମୋର୍ଚା ପକ୍ଷରୁ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।
ସୁରକ୍ଷା କର୍ମୀମାନେ ମହିଳାମାନଙ୍କୁ ରୋକି ବାକୁ ଚେଷ୍ଟା କରିଥିଲେ ବି ସେମାନେ ମନ୍ତ୍ରୀଙ୍କ କାର୍‌ ପଛରେ ଦଉଡିବା ସହ କଳା ପତାକା ପ୍ରଦର୍ଶ କରିଥିଲେ ।