ଓଡିଆନ୍ ନ୍ୟୁଜ

125

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୫% ମତଦାନ

Team Odian News |

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୫% ମତଦାନ
ଶିମଳା,୯/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ହିମାଚଳ ପ୍ରଦେଶ ବିଧାନ ସଭା ପାଇଁ କରାଯାଉଥିବା ନିର୍ବାଚନରେ ମୋଟ ୬୫ ପ୍ରତିଶତ ମତଦାନ ହୋଇଛି। ଦ୍ୱିପହର ଦୁଇଟା ସୁଦ୍ଧା ୫୪.୦୯ ପ୍ରତିଶତ ମତଦାତା ନିଜର ମତଦାନ କରିଥିଲେ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଗୁରୁବାରରେ ମତଗ୍ରହଣ କରାଯାଉଅଛି । ଏଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ଚାଲିଛି । ବିଜେପି ପ୍ରେମ କୁମାର ଧୁମଲଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣ କରିଥିବା ବେଳେ କଂଗ୍ରେସ ବୀରଭଦ୍ର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ସକାଳ ୮ଟା ବେଳେ ବିଭିନ୍ନ ମତଦାନ କେନ୍ଦ୍ରମାନଙ୍କରେ ମତଗ୍ରହଣ ଆରମ୍ଭ ହୋଇଥିଲା। ଦିନ ୧୦ଟା ସୁଦ୍ଧା ୧୩ ପ୍ରତିଶତ ମତଦାତା ମତଦାନ କରିଥିଲେ । ଦିନ ୧୨ଟା ସୁଦ୍ଧା ୨୮.୦୨% ମତଦାନ ହୋଇଥିଲା ।ଏବେ ବିଧାନସଭାରେ କଂଗ୍ରେସର ୩୫ ବିଧାୟକ ଥିବା ବେଳେ ବିଜେପିର ୨୮ ଜଣ ବିଧାୟକ ଅଛନ୍ତି , ୪ ଜଣ ସ୍ୱାଧୀନ ବିଧାୟକ ଥିବା ବେଳେ ଗୋଟିଏ ଆସନ ଖାଲି ପଡିଛି। ୧୯୮୫ ମସିହାଠାରୁ ରାଜ୍ୟରେ ବିଜେପି ଓ କଂଗ୍ରେସ ଥରକ ପରେ ଥରେ ନିର୍ବାଚନ ଜିତି ସରକାର ଗଠନ କରୁଛନ୍ତି ।