ଓଡିଆନ୍ ନ୍ୟୁଜ

131

ବରଗଡରେ କେନ୍ଦ୍ରୀୟ ଟିମର ସମୀକ୍ଷା

Team Odian News |

ବରଗଡରେ କେନ୍ଦ୍ରୀୟ ଟିମର ସମୀକ୍ଷା
ବରଗଡ,୧୦/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ବରଗଡରେ ଲାଗିଥିବା ଚକଡା ପୋକର ସ୍ଥିତି ସମୀକ୍ଷା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ ପହଞ୍ଚିଛି।ଏହି ଟିମ ବିହାର ସାସଂଦ ଓମ ପ୍ରକାଶ ଯାଦବ, ମଧ୍ୟପ୍ରଦେଶର ସାସଂଦ ସାବିତ୍ରୀ ବାଇ ଠାକୁରଙ୍କ ଅଧ୍ୟକ୍ଷତାରେ ପରିଦର୍ଶରେ ଆସିଛନ୍ତି । କେନ୍ଦ୍ରୀୟ ଟିମ ଜିଲାର ବିଭିନ୍ନ ଅଞ୍ଚଳ ବୁଲି ଚକଡା ପୋକର ସ୍ଥିତି ସମୀକ୍ଷା କରିବା ସହ ଚାଷୀ ଆତ୍ମହତ୍ୟାର କାରଣ ବିଷୟରେ  ଅନୁସନ୍ଧାନ କରିଛନ୍ତି । ଟିମର ସଦସ୍ୟମାନେ  ବିରିପାଲି, ଜାରିଂ,  ଲୁହୁରାଚଟୀ, ବରପାଲି ଓ କଳାପାଣି ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି । ଚାଷୀ ଆତ୍ମହତ୍ୟା କରିଥିବା ପରିବାରକୁ ସଦସ୍ୟମାନେ ଭେଟିଛନ୍ତି । ଏହି ଟିମ ମରୁଡି ପରିସ୍ଥିତି, ଚକଡା ପୋକ ଦ୍ୱାରା ହୋଇଥିବା ଫସଲ କ୍ଷତିର ପରିମାଣ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ ।