ଓଡିଆନ୍ ନ୍ୟୁଜ

170

୧୭୭ ସାମଗ୍ରୀ ଉପରୁ କମ କର ନେବା ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି

Team Odian News |

୧୭୭ ସାମଗ୍ରୀ ଉପରୁ କମ କର ନେବା ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି
 ଗୌହାଟୀ,୧୦/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ୧୭୭ଟି ନିତ୍ୟ ବ୍ୟବହାର୍ୟ୍ୟ  ସାମଗ୍ରୀ ଉପରୁ କମ  ଜିଏସ୍‌ଟି ଆଦାୟ ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାରରେ ଆସାମର ରାଜଧାନୀ ଗୌହାଟୀରେ ପରିଷଦର ବୈଠକ ବସିଥିଲା । ବିଭିନ୍ନ  ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ  ଜିଏସଟି ୨୮ ପ୍ରତିଶତ ଥିବାବେଳେ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଉପରେ ଜିଏସଟି ୧୮ ପ୍ରତିଶତ କରାଯାଇଛି ।
ସାମଗ୍ରୀ ଉପରେ କମିଛି ଜିଏସଟି। ଏହି ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ। ପୂର୍ବରୁ ପ୍ରାୟ ୨୨୩ଟି ସାମଗ୍ରୀ ଉପରୁ ଜିଏସ୍‌ଟି ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲେ ବି ଶେଷରେ ୧୭୭ଟି ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ କରାଯାଇଛି । ଚୁଇଂଗମ୍‌, ଚକ୍‌ଲେଟ୍‌, ଡିଓଡ୍ରେଣ୍ଟ, ଓ୍ଵାସିଂ ପାଉଡର, ମାର୍ବଲ, ଡିଟରଜେଣ୍ଟ ପରି ସାମଗ୍ରୀରେ ୨୮ ପ୍ରତିଶତରୁ କମ୍‌  ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।