ଓଡିଆନ୍ ନ୍ୟୁଜ

136

ଆସନ୍ତା ୧୨ରୁ ବର୍ଷା ସମ୍ଭାବନା, ବଢିପାରେ ଶୀତ, ଚାଷୀଙ୍କୁ ଧାନ କାଟି ନେବାକୁ ପରାମର୍ଶ

Team Odian News |

ଆସନ୍ତା ୧୨ରୁ ବର୍ଷା ସମ୍ଭାବନା, ବଢିପାରେ ଶୀତ, ଚାଷୀଙ୍କୁ ଧାନ କାଟି ନେବାକୁ ପରାମର୍ଶ
ଭୁବନେଶ୍ୱର,୧୦/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଦେଶର ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ଆଣ୍ଡାମାନ ଉପକୂଳ ଦିଗରେ ଗତି କରୁଛି । ଏବେ ଏହା ତାମିଲନାଡୁ ଉପକୂଳରେ ରହିଛି । ଏହାରେ ପ୍ରଭାବରେ ରାଜ୍ୟର କିଛି ଅଂଶରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ଆସନ୍ତା ୧୨ ଓ ୧୩ ତାରିଖରେ ଦକ୍ଷିଣ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏହାର ପରିମାଣ ବୃଦ୍ଧି ପାଇ ୧୫ରୁ ୧୮ ତାରିଖ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯାଜପୁର, ଢେଙ୍କାନାଳ, ନୟାଗଡ଼, ଫୁଲବାଣୀ,କେନ୍ଦୁଝରର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି   । ବର୍ଷାର ସମ୍ଭାବନା ଥିବାରୁ ଧାନ କ୍ଷେତରୁ ଧାନ କାଟି ନେବା ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପରାମର୍ଶ ଦେଇଛନ୍ତି ।