ଓଡିଆନ୍ ନ୍ୟୁଜ

206

ଫେସବୁକରେ ଭିଡିଓ ଅପଲୋଡ କରି ଆତ୍ମହତ୍ୟା ଘଟଣା: ପତ୍ନୀ ଓ ଅନ୍ୟଜଣେ ଯୁବକ ଥାନାରେ ଅଟକ

Team Odian News |

ଫେସବୁକରେ ଭିଡିଓ ଅପଲୋଡ କରି ଆତ୍ମହତ୍ୟା ଘଟଣା: ପତ୍ନୀ ଓ ଅନ୍ୟଜଣେ ଯୁବକ ଥାନାରେ ଅଟକ
ପୁରୀ,୧୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ପୁରୀ ସଦରଥାନା ଅନ୍ତର୍ଗତ ଗଡ ଭିଙ୍ଗୁରା ଗାଁର ଜଣେ ଯୁବକ ଫେସବୁକରେ ଭିଡିଓ ଅଫଲୋଡ କରିବା ପରେ ଆତ୍ମହତ୍ୟା କରିବା ଘଟଣା । ସେ ନିଜର ଆତ୍ମହତ୍ୟା ପାଇଁ ପତ୍ନୀ ଓ ତାଙ୍କ ପତ୍ନୀଙ୍କର ପୂର୍ବତନ ପ୍ରେମକଙ୍କୁ ଦାୟୀ କରିଥିଲେ। ଏହାପରେ ପୁରୀ ସଦର ଥାନା ପୁଲିସ ମୃତ ଯୁବକଙ୍କର ପତ୍ନୀ ଓ ଅଭିଯୁକ୍ତ ଯୁବକଙ୍କ ଜଗତସଂପୁର ଆଣି ଅଟକ ରଖି ପଚରା ଉଚରା କରୁଛି । ମହିଳାଙ୍କର ପୂର୍ବତନ ପ୍ରେମକକୁ ଜଗତସିଂପୁର ଟାଉନ ଥାନା ପୁଲିସ ଅଟକ ରଖିବା ପରେ ପୁରୀ ପୁଲିସକୁ ହସ୍ତାନ୍ତର କରିଥିଲା ।
ଥାନା ଅଟକ ଥିବା ପତ୍ନୀ କଟକର ଏକ ନର୍ସିଂ ହୋମରେ ନର୍ସ ଭାବେ କାମ କରୁଥିଲେ। ଆତମ୍ହତ୍ୟା କରିଥିବା ଯୁବକ ତାଙ୍କ ପତ୍ନୀ ଓ ପତ୍ନୀଙ୍କର ପୂର୍ବତନ ପ୍ରେମିକ ତାଙ୍କୁ ହଇରାଣ କରିବା ସହ ମାନସିକ ନିର୍ୟ୍ୟାତନ ଦେଉଥିବ ଭିଡିଓରେ ଅଭିଯୋଗ କରିଥିବା ବେଳେ। ତାଙ୍କ ପତ୍ନୀ ତାଙ୍କୁ ମିଛ କଥା କହି ବିବାହ କରାଯାଇଥିବା ଅଭିଯୋଗ କରିଛନ୍ତି । ହେଲେ ଯୁବକ ଜଣକ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ପତ୍ନୀ ଓ ପତ୍ନୀଙ୍କର ପୂର୍ବତନ ପ୍ରେମିକ ମାନସିକ ନିର୍ୟ୍ୟାତନା ଦେଉଥିବାରୁ ଆତ୍ମହତ୍ୟା କରୁଥିବା କଥା ପ୍ରକାଶ କରିଥିଲେ ।