ଓଡିଆନ୍ ନ୍ୟୁଜ

150

ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ଆଡଭାଇଜରି ଜାରି

Team Odian News |

ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ଆଡଭାଇଜରି ଜାରି
ଭୁବନେଶ୍ୱର,,୧୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଚକଡା ପୋକର ଚଡକ ପରେ ଲଘୁଚାପ ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏବେ ଚାଷୀ କୂଳକୁ ଅଥୟ କରିଛି । ଲଘୁଚାପକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ପାଚିଲା ଧାନକୁ ବିଲରେ ନ ରଖି କାଟି ଆଣି ଘରେ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ପାଚି ନ ଥିବା ଧାନରେ ୨ ପ୍ରତିଶତ ସଲଟ ସଲ୍ୟୁସନ ସ୍ପ୍ରେ କରିବାକୁ କୁହାଯାଇଛି । ଏକ ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ମିଶାଇ ସଲଟ ସଲ୍ୟୁସନ ସ୍ପ୍ରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମଣ୍ଡିରେ ରଖାଯାଇଥିବା ଧାନ ବର୍ଷାରେ ଯେମିତି ନ ଭିଜେ, ସେଥିପାଇଁ ପଦକ୍ଷେପ ନେବାକୁ ଓୟୁଏଟି ପ୍ରଶାସନକୁ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ, ଆସନ୍ତା ୧୫ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୧୮ ତାରିଖ  ଯାଏଁ ଲାଗି ରହିବ । ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଆସନ୍ତା କାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।