ଓଡିଆନ୍ ନ୍ୟୁଜ

124

ଗୁଜୁରାଟ ବିଧାନସଭା ନିର୍ବାଚନ; ଆସନ୍ତା ସପ୍ତାହରେ ପ୍ରାର୍ଥୀ ତାଲିକା ଜାରି କରିବ କଂଗ୍ରେସ

Team Odian News |

ଗୁଜୁରାଟ ବିଧାନସଭା ନିର୍ବାଚନ; ଆସନ୍ତା ସପ୍ତାହରେ ପ୍ରାର୍ଥୀ ତାଲିକା ଜାରି କରିବ କଂଗ୍ରେସ
ନୂଆଦିଲ୍ଲୀ,,୧୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆସନ୍ତା ସପ୍ତାହରେ ପ୍ରଥମ ପ୍ରର୍ୟ୍ୟାୟ ପ୍ରାର୍ଥୀଙ୍କ ତାଲିକା ଜାରି କରିବ । ଦଳୀୟ ସୂତ୍ରରୁ ଶୁକ୍ରବାର ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ନିର୍ବାଚନର ପ୍ରଥମ ପ୍ରର୍ୟ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ୭୦ରୁ ୮୦ ଜଣ ପ୍ରାର୍ଥୀ ତାଲିକା ଜାରି କରାଯିବ ବୋଲି ଜଣାପଡିଛି । ଗୁଜୁରାଟରେ ଡିସେମ୍ବର ୯ ଏବଂ ୧୪ରେ ଦୁଇଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ଡିସେମ୍ବର ୧୮ରେ ଫଳାଫଳ ଘୋଷଣା କରାଯିବ ।