ଓଡିଆନ୍ ନ୍ୟୁଜ

142

କିଟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

Team Odian News |

 କିଟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ
ଭୁବନେଶ୍ୱର,୧୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଭୁବନେଶ୍ୱରରେ କିଟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ନିଜ ଅଭିଭାଷଣରେ ମା, ମାତୃଭୂମି ଓ ମାତୃଭାଷାକୁ ଗୁରୁତ୍ୱ ଦେଇଛନ୍ତି ଭେଙ୍କିୟା । ଏହାସହ ଓଡ଼ିଶା ଜଗନ୍ନାଥଙ୍କ ଭୂମି ଓ ସେ ଓଡ଼ିଶାକୁ ଭଲ ପାଆନ୍ତି ବୋଲି କହିଛନ୍ତି ।
ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ ବୋଲି ସେ କହିଛନ୍ତି । ଶିକ୍ଷା ରୋଜଗାର ବାଟ ଦେଖାଇଥାଏ । ସେ ରାଜନୀତିରୁ ସନ୍ୟାସ ନେଇଛନ୍ତିକିନ୍ତୁ ଜୀବନରୁ ନୁହେଁବୋଲି କହିଛନ୍ତି । ଏହାସହ ବର୍ତମାନ ଯୁଗ ଏଲପିଜିର । ଲିବରାଇଜେସନ, ପ୍ରାଇଭେଟାଜାଇସନ ଓ ଗ୍ଲୋବାଲାଇଜେସନ ବୋଲି କହିଛନ୍ତି ।