ଓଡିଆନ୍ ନ୍ୟୁଜ

181

ରାଜ୍ୟର ସମସ୍ତ ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର: ମୁଖ୍ୟମନ୍ତ୍ରୀରାଜ୍ୟର ସମସ୍ତ ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର: ମୁଖ୍ୟମନ୍ତ୍ରୀ

Team Odian News |

ରାଜ୍ୟର ସମସ୍ତ ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜ୍ୟର ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ରାଜଧାନୀ ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମୁଖ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ପୂର୍ବରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉଥିଲା ।
ଭୁବନେଶ୍ୱର: ଏଣିକି ସବୁ ଅଣସଙ୍ଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର। ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଘରୋଇ ସହକାରୀଙ୍କ ଠାରୁ ପରିବହନରେ ଶ୍ରମିକଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯିବ । ସାମାଜିକ ନିରାପତ୍ତା ସହ ଅନ୍ୟାନ ସୁବିଧା କରାଯିବ ।ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ , ବିଜେଡି ଶ୍ରମିକମାନଙ୍କୁ ସମ୍ମାନ କରେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅଭସରରେ କହିଛନ୍ତି ।  ୨ ମାସରୁ ୪ ମାସ ମଧ୍ୟରେ ଅଣସଂଗଠିତ ଶ୍ରମିକମାନଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯିବ । ଶ୍ରମିକ ମାନେ ପ୍ରାୟ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା,୩ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ କୌଣସି କାରଣରୁ ବିକଳାଙ୍ଗ ହେଲେ ସରକାରୀ ସହାୟତା ପାଇ ପାରିବେ ।