ଓଡିଆନ୍ ନ୍ୟୁଜ

171

ଡବା ସାହଯ୍ୟରେ ସମୁଦ୍ର ଲ୍ଲଙ୍ଘି ବାଂଲାଦେଶରେ ପହଞ୍ଚିଲା ରୋହିଙ୍ଗ୍ୟା ବାଳକ

Team Odian News |

ଡବା ସାହଯ୍ୟରେ ସମୁଦ୍ର ଲ୍ଲଙ୍ଘି ବାଂଲାଦେଶରେ ପହଞ୍ଚିଲା ରୋହିଙ୍ଗ୍ୟା ବାଳକ
ଶାହ ପୁରୀର ଦ୍ୱୀପ (ବାଂଲାଦେଶ),୧୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍): ଗୋଟିଏ ପ୍ଲାଷ୍ଟିକ ଡବାକୁ ଭରାସା କରି ମୃତ୍ୟୁ ସହ ସଂଘର୍ଷରେ ଜିତିଯାଇଛି ଜଣେ ୧୩ ବର୍ଷର ନାବଳକ । ଆଗରୁ କେବେ ସମୁଦ୍ର ଦେଖିନଥିବା କି ପହଁରା ଶିଖି ନଥିବା ଏହି ନାବଳକ ଏକ ପ୍ଲାଷ୍ଟିକ ଡବା ସାହାଯ୍ୟରେ ମିଆଁମାର ସମୁଦ୍ରରୁ ଯାଇ ବାଂଲାଦେଶରେ ପହଞ୍ଚିଛି । ସୂଚନା ଅନୁଯାୟୀ ମିଆଁମାରରେ ହିଂସାର ଶିକାର ହୋଇ ନବି ହୁସେନ ନାମକ ଜଣେ ରୋହିଙ୍ଗ୍ୟା ମୁସଲମାନ ନାବଳକ ସେଠାରୁ ଅନ୍ୟତ୍ର ପଳାଇବା ପାଇଁ ଏକ ହଳଦିଆ ରଂଗର ପ୍ଲାଷ୍ଟିକ ଡ୍ରମ (ଡବା) ନେଇ ସମୁଦ୍ର ଭିତରକୁ ଚାଲିଯାଇଥିଲା । ଡବାକୁ ଦୃଢ ଭାବେ ଜାବୁଡ଼ିଧରି ସେ ସମୁଦ୍ରର ଲହଡି ପରେ ଲହଡି ପାର ହୋଇ ଆସି ବାଂଲାଦେଶରେ ଲାଗିଥିଲା । ଡବା ସାହାଯ୍ୟରେ ସେ ସୁମଦ୍ର ମଧ୍ୟରେ ପାଖାପାଖି ସାଢେ ୩ କିଲୋମିଟର ପାର ହୋଇଛି । ଏହା ଏକ ଅଦ୍ଭୁତ କାହାଣୀ ଭଳି ଲାଗୁଥିଲେ ବି ମିଆଁମାରରେ ହିଂସାର ଶିକାର ହୋଇ ଭାରତ, ବାଂଲାଦେଶ ଭଳି ବିଭିନ୍ନ ଦେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ଦୁଃଖ ଓ କଷ୍ଟକୁ ବ୍ୟକ୍ତ କରୁଛି ।