ଓଡିଆନ୍ ନ୍ୟୁଜ

161

ଶିଶୁ ଦିବସରେ ବାଜି ରାଉତଙ୍କ ବଳିଦାନ ଗାଥା ଟ୍ୱିଟ କଲେ କ୍ରିକେଟିୟର ବୀରେନ୍ଦ୍ର ସେହ୍ୱାଗ

Team Odian News |

ଶିଶୁ ଦିବସରେ ବାଜି ରାଉତଙ୍କ ବଳିଦାନ ଗାଥା ଟ୍ୱିଟ କଲେ କ୍ରିକେଟିୟର ବୀରେନ୍ଦ୍ର ସେହ୍ୱାଗ
କଟକ,୧୫/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):  ଇଂରେଜଙ୍କ ଗୁଳିରେ ସହିଦ ହୋଇଥିଲେ ବାଜି ରାଉତ। ଶିଶୁ ଦିବସରେ ତାଙ୍କର ଏହି ମହାନ ବଳିଦାନକୁ ନିଜ ଟ୍ୱିଟର ପୃଷ୍ଟାରେ କ୍ରିକେଟିୟର ବୀରେନ୍ଦ୍ର ସେହ୍ୱାଗ ଉଲ୍ଲେଖ କରିଛନ୍ତି । ବାଜି ରାଉତ ସାହସର ପ୍ରଦର୍ଶନ ଓ ପ୍ରାଣବଳି ଦେଇ ନିଜ ଦେଶ ଓ ଦେଶବାସୀଙ୍କ ସୁରକ୍ଷା ବିଷୟରେ ସେ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଟ୍ୱିଟ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଧନ୍ୟବାଦ ଦେଇଛନ୍ତି । ଏହି ମହାନ ଖେଳାଳୀଙ୍କ ଟ୍ୱିଟ ଯୋଗୁଁ ଅନେକ ଲୋକ ବାଜି ରାଉତଙ୍କ ବିଷୟରେ ଜାଣି ପାରିଛନ୍ତି ।