ଓଡିଆନ୍ ନ୍ୟୁଜ

165

ଯୁବକ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ଦେଶ-କିଙ୍ଗଡମ୍ ଅଫ୍ ଦୀକ୍ଷିତ’

Team Odian News |

ଯୁବକ  ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ଦେଶ-କିଙ୍ଗଡମ୍ ଅଫ୍ ଦୀକ୍ଷିତ’ 
ଇଜିପ୍ଟ ,୧୫/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନାହିଁ । ଏପରିସ୍ଥଳେ ନିଜର ଏକ ଦେଶ ତିଆରି କରିବା ନିହାତି ଏକ ଆଶ୍ଚର୍ୟ୍ୟକର ଘଟଣା । ତେବେ ଏପରି କିଛି କରିଛନ୍ତି ଭାରତର ଜଣେ ଯୁବକ । ଯିଏ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ଦେଶ । ଏହା ଶୁଣିବା ପାଇଁ ଅଜବ ଲାଗିଲେ ମଧ୍ୟ ଏକଥା ସତ । ଇନ୍ଦୋର ନିବାସୀ ସୂୟଶ୍ ଦୀକ୍ଷିତ ଏକ ସ୍ଥାନ ବିଷୟରେ ଜାଣିବା ପାଇଁ ପାଇଲେ ଯାହା ସୁଦାନ ଓ ଇଜିପ୍ଟ ମଧ୍ୟରେ ଅବସ୍ଥିତ ଥିଲା । କିନ୍ତୁ ଏହି ସ୍ଥାନ ଉପରେ କୌଣସି ବି ଦେଶର ଅଧିକାର ନଥିଲା । ଏହାର ସୁଯୋଗ ଉଠାଇଲେ ସୂୟସ୍ । ଏବଂ ସେଠାରେ ନିଜର ଏକ ସ୍ୱତନ୍ତ୍ର ଦେଶ  ତିଆରି କଲେ ଏବଂ ଏହି ଦେଶର ନାମ ରଖିଛନ୍ତି ‘ କିଙ୍ଗଡମ୍ ଅଫ୍ ଦୀକ୍ଷିତ’ । ନିକଟରେ ଫେସବୁକରେ ନିଜ ଦେଶ ବିଷୟର ଘୋଷଣା କରିଛନ୍ତି ସୂୟଶ୍ । ନିଜକୁ ଉକ୍ତ ଦେଶର ରାଜା ଘୋଷିିତ କରିଛନ୍ତି ସେ । ସେ ଏବେ ଚାହୁଁଛନ୍ତି ଉକ୍ତ ସ୍ଥାନ ପାଇଁ ୟୁଏନ୍ ମାନ୍ୟତା ମିଳୁ । ସୂଚନାଯୋଗ୍ୟ ସୂୟଶଙ୍କ ଦେଶର ପ୍ରକୃତ ନାମ ହେଲା ତାବିଲ । ସୂୟଶ୍ ଫେସବକୁରେ ପ୍ରକାଶ କରିଛନ୍ତି ବହୁତ ପରିଶ୍ରମ କରିବା ପରେ ସେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସେ କହିଛନ୍ତି ଏଠାରେ ୯୦୦ ସ୍ୱାଇର ଫୁଟର ଅଞ୍ଚଳ ଅଛି, ଯାହା କୌଣସି ବି ଦେଶର ଅଧିନରେ ନାହିଁ । ଏଠାରେ ଆରାମରେ ଜୀବନ ଧାରଣ କରିହେବ । ତେବେ ସୂୟଶ୍ ତାଙ୍କ ଦେଶରେ ବୃକ୍ଷରୋପଣ ପାଇଁ ମଞ୍ଜି ବୁଣି ପାଣି ଢ଼ାଳିଛନ୍ତି । ସୂୟଶ ତାଙ୍କର ସ୍ୱତନ୍ତ୍ର ଦେଶ ‘କିଙ୍ଗଡମ୍ ଅଫ୍ ଦୀକ୍ଷିତ’ ଘୋଷଣା କରିବା ପରେ ନିଜ ବାପାଙ୍କୁ ସେଠାର ପ୍ରଧାନମନ୍ତ୍ରୀ, ରାଷ୍ଟପତି ଘୋଷଣା କରିଛନ୍ତି । ଏବଂ ଉକ୍ତ ଦେଶର ରାଜା ସେ ନିଜେ ବୋଲି ଫେସବୁକରେ ପ୍ରକାଶ କରିଛନ୍ତି