ଓଡିଆନ୍ ନ୍ୟୁଜ

51

ଆତଙ୍କବାଦୀ ଅବ୍‌ଦୁଲ୍ କରିମ୍‌ଙ୍କୁ ଗିରଫ କଲା କୋଲ୍‌କାତା ପୁଲିସ୍‌ ଏସ୍‌ଟିଏଫ୍

Team Odian News |

କୋଲ୍‌କାତା: କୋଲ୍‌କାତା ପୁଲିସ୍‌ର ସ୍ପେସାଲ୍ ଟାସ୍କ୍‌ ଫୋର୍ସ ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍-ଉଲ୍-ମୁଜାହିଦୀନ୍‌ ବାଂଲାଦେଶର ଶୀର୍ଷସ୍ତରୀୟ ସଦସ୍ୟ ଅବ୍‌ଦୁଲ୍ କରିମ୍‌ଙ୍କୁ ଗିରଫ କରିଛି।ଭାରତରେ କାର୍ଯ୍ୟ କରୁଥିବା ଜମାତ୍‌-ଉଲ୍-ମୁଜାହିଦୀନ୍‌ ବାଂଲାଦେଶ ନେଟ୍‌ୱାର୍କର ସଲାଉଦ୍ଦିନ୍ ସାଲେହିନ୍‌ଙ୍କ ପଛକୁ ଥିଲେ ଅବ୍ଦୁଲ୍ କରିମ୍। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରୁ କରିମ୍‌ଙ୍କୁ ଗିରଫ କରାଯାଇଛି।ବାଂଲାଦେଶୀ କର୍ତ୍ତୃପକ୍ଷ, ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଙ୍ଗ୍ ଏଜେନ୍ସି ଏବଂ ପଶ୍ଚିମବଙ୍ଗ ପୁଲିସ ଖୋଜୁଥିବା କରିମ୍‌ଙ୍କୁ ଶୁକ୍ରବାର ଦିନ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ସେତେବେଳ ପୁଲିସ ପଚରାଉଚୁରା ପାଇଁ ତାଙ୍କୁ ହାଜତକୁ ନେବାକୁ ଅନୁମତି ମାଗିବ।ଆତଙ୍କବାଦୀ ସଙ୍ଗଠନ ଜମାତ୍-ଉଲ୍-ମୁଜାହିଦୀନ୍ ବାଂଲାଦେଶ ବିହାର ଗୟା ଓ ପଶ୍ଚିମବଙ୍ଗର ବର୍ଦ୍ଧୱାନ୍‌ ସମେତ ଦେଶର କେତେକ ଆତଙ୍କ ସମ୍ବନ୍ଧୀୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।୨୦୧୪ ବର୍ଦ୍ଧୱାନ୍ ବ‌ୋମା ବିସ୍ଫୋରଣ ଓ ୨୦୧୩ରେ ଗୟା ବିସ୍ଫୋରଣରେ ଜମାତ୍-ଉଲ୍-ମୁଜାହିଦୀନ୍ ବାଂଲାଦେଶର ସମ୍ପୃକ୍ତି ଥିବାର ପ୍ରମାଣ ଏନ୍‌ଆଇଏ ସଂଗ୍ରହ କରିଛି। ବର୍ଦ୍ଧୱାନ୍ ବିସ୍ଫୋରଣ ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବ‌େଳେ ଗୟା ବିସ୍ଫୋରଣରେ କେତେଜଣ ସନ୍ନ୍ୟାସୀ ଓ ପରିଦର୍ଶକ ଆହତ ହୋଇଥିଲେ।