ଓଡିଆନ୍ ନ୍ୟୁଜ

80

ଦିଲ୍ଲୀ ଆଉ ହରିୟାଣାରେ ଭୂକମ୍ପ

Team Odian News |


ନୂଆଦିଲ୍ଲୀ,୨୯/୫(ଓଡ଼ିଆନ୍ ମିଡ଼ିଆ):ଶୁକ୍ରବାର ରାତି ୯ଟା୧୦ରେ ଦିଲ୍ଲୀ ଏବଂ ହରିୟାଣାରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ, ନଏଡ଼ା, ଗୁରୁଗାଓଁ ସହିତ ଉତରର ପ୍ରଦେଶ ଏବଂ ପଞ୍ଜାବରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟରସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୬ ବୋଲି ଜଣାପଡ଼ିଛି । ଏହି ଭୂକମ୍ପ ସୃଷ୍ଟି ହେବା ଫଳରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଭୂକମ୍ପରେ କ୍ଷୟକ୍ଷତିର ଖବର ଜଣାପଡ଼ି ନାହିଁ ।