ଓଡିଆନ୍ ନ୍ୟୁଜ

164

ଶ୍ରୀନଗର;ପୁଲିସ୍‌ ଏସ୍‌ଆଇ ସହିଦ, ଜଣେ ଆତଙ୍କବାଦୀ ଗିରଫ

Team Odian News |

ଶ୍ରୀନଗର;ପୁଲିସ୍‌ ଏସ୍‌ଆଇ ସହିଦ, ଜଣେ ଆତଙ୍କବାଦୀ ଗିରଫ
ଶ୍ରୀନଗର ,୧୭ା୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଜାମ୍ମୁ କାଶ୍ମୀର ଶ୍ରୀନଗରର ଜକୁରାରେ ଶୁକ୍ରବାର ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ୍‌ ସବଇନ୍ସପେକ୍ଟର ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏକ କାରରେ ୩ ଜଣ ଆତଙ୍କବାଦୀ ଆସି ଶ୍ରୀନଗର- କନ୍ଦେରବଲ ରୋଡର ଜକୁରା କ୍ରସିଂଠାରେ ଥିବା ପୁଲିସ୍‌ ଦଳ ଉପରକୁ ଗୁଳି ବର୍ଷଣ କରିଥିଲେ । ଆକ୍ରମଣରେ ପୁଲିସ୍‌ ଏସ୍‌ଆଇ ଇମରାନ ଟାକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଏସ୍‌ପିଓ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍‌ କାରର ପିଛା କରି ଜଣେ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଥିଲାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ପୁଲିସ୍‌ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛି ।