ଓଡିଆନ୍ ନ୍ୟୁଜ

123

ଫାରକୁ ଅବଦୁଲ୍ଲା ଓ ଋଷି କପୁରଙ୍କ ବିରୋଧରେ ମାମଲା ରୁଜୁ

Team Odian News |

ଫାରକୁ ଅବଦୁଲ୍ଲା ଓ ଋଷି କପୁରଙ୍କ ବିରୋଧରେ ମାମଲା ରୁଜୁ
ଶ୍ରୀନଗର ,୧୭ା୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବାବଦରେ ମନ୍ତବ୍ୟକୁ ନେଇ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଏବଂ ବଲିଉଡ଼ ଅଭିନୋ ଋଷି କପୁରଙ୍କ ବିରୋଧରେ ଜାମ୍ମୁ ଜିଲା ଅଦାଲତରେ ମାମଲା ରୁଜୁ ହୋଇଛି । ନଭେମ୍ବର ୧୧ରେ ଫାରକୁ ଅବଦୁଲ୍ଲା ଟ୍ୱିଟ୍‌ କରିଥିଲେ ଯେ ଭାରତ-ପାକିସ୍ତାନ ମଧ୍ୟରେ ଯେତେଥର ଯୁଦ୍ଧ ହେଲେ ବି ଭାରତ ପଓକେକୁ ଆଉ ଫେରାଇ ଆଣିପାରିବ ନାହିଁ । ଏମିତି ବି ୭୦ ବର୍ଷ ବିତିଗଲାଣି ଓ ଏବେ ତାଙ୍କପାଖରେ ଆଣବିକ ଅସ୍ତ୍ର ଅଛି । ଏହାକୁ ସମର୍ଥନ କରି ଋଷି କପୁର ଟ୍ୱିଟ୍‌ କରିଥିଲେ ଯେ ମୁଁ ଏଥିରେ ସମ୍ପୂର୍ଣ୍ଣ ସହମତ । ଜାମ୍ମୁ କାଶ୍ମୀର ଆମର ଏବଂ ପିଓକେ ସେମାନଙ୍କର । ସମାଧାନ ପାଇଁ ଏହା ହେଉଛି ଏକମାତ୍ର ବାଟ । ମୋତେ ୬୫ ବର୍ଷ ବୟସ, ମୃତ୍ୟୁ ପୂର୍ବରୁ ମୁଁ ପାକିସ୍ତାନ ଦେଖିବାକୁ ଚାହୁଁଛି । ମୁଁ ଚାହେଁ, ମୋ ପିଲାମାନେ ସେମାନଙ୍କ ଜନ୍ମସ୍ଥାନ ଦେଖନ୍ତୁ । ଏହାକୁ ନେଇ ସାମାଜିକ କର୍ମୀ ସିଆରପିସି ଧାରା ୧୯୬, ଆରପିସି ଧାରା ୧୨୪ (କ) ଅନୁଯାୟୀ ମାମଲା ଦାୟର କରିଛନ୍ତି ।