ଓଡିଆନ୍ ନ୍ୟୁଜ

179

ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରିୟ ରଞ୍ଜନ ଦାସମୁନସୀଙ୍କର ପରଲୋକ

Team Odian News |

ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରିୟ ରଞ୍ଜନ ଦାସମୁନସୀଙ୍କର ପରଲୋକ
ନୂଆଦିଲ୍ଲୀ ,୨୦୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରିୟ ରଞ୍ଜନ ଦାସମୁନସୀଙ୍କର ପରଲୋକ ଘଟିଛି। ୨୦୦୮ ମସିହାରୁ ସେ କୋମା ଅବସ୍ଥାରେ ଥିଲେ । ସୋମବାର ଦିନ ୧୨ଟା ୧୦ ମନିଟରେ ତାଙ୍କର ପରଲୋକ ଘଟିଥିବା ଆପୋଲ ହସରିଟାଲ ପକ୍ଷରୁ କୁହାଯାଇଛି। ଗତ ଏକ ମାସ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆହୁରି ଅବନତୀ ପରିଲକ୍ଷିତ ହୋଇଥିଲା ।୨୦୦୮ ମସିହାରେ ତାଙ୍କର ହୃଦଘାତ ଯୋଗୁଁ ପକ୍ଷଘାତ ଓ ସ୍ନାୟୁ ଗତ ଅସୁବିଧା ଦେଖା ଦେଇଥିଲା। ଏଥିରେ ସେ ନିଜର ବାକ୍‌ଶକ୍ତି ହରାଇଥିଲେ। ଏହାରେ ସେ କୋମା ଅବସ୍ଥାକୁ ଚାଲିଯାଇଥିଲେ। ।ଦାସମୁନସୀଙ୍କ ନିଧନ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।