ଓଡିଆନ୍ ନ୍ୟୁଜ

180

କଟକ ଏସ୍‌ସିବିର ଆସିୟୁରେ କୁନ୍ଦୁଲି ପୀଡିତା ଭର୍ତ୍ତି

Team Odian News |

କଟକ ଏସ୍‌ସିବିର ଆସିୟୁରେ କୁନ୍ଦୁଲି ପୀଡିତା ଭର୍ତ୍ତି
କଟକ ,୨୦୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): କଟକ ଏସ୍‌ସିବି ମେଡିକାଲ କଲେଜର ମେଡିସିନ ଆସିୟୁରେ କୁନ୍ଦୁଲି ପୀଡିତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ପାଇଁ  ୭ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ପୀଡିତାଙ୍କ ବାନ୍ତିରେ ରକ୍ତ ଆସୁଥିବା ଯୋଗୁଁ ତାଙ୍କୁ କୋରାପୁଟରେ ଭର୍ତ୍ତି କରାଯାଇଥିଲା। ସେଠାରୁତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

କଟକ ଏସ୍‌ସିବି ମେଡିକାଲର ମେଡିସିନ ବିଭାଗର ମୁଖ୍ୟ ପ୍ରଭାତ ପାଢୀଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇଛି । ଏଥିରେ ମେଡିସିନ୍‌, ଆନେସ୍ଥେସିଆ ଓ ହୃଦ ବିଭାଗର ଡାକ୍ତର ସାମିଲ ଅଛନ୍ତି । ପୀଡିତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କଥା ସୂଚନା ମିଳିଛି ।ତାଙ୍କର ଏଣ୍ଡୋସ୍କୋପି କରାଯିବା ପରେ ନ୍ୟୁରୋଲୋଜି, ସାଇକ୍ରିଆଟିକ୍‌ ଓଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଦି ବିଭାଗରେ ଥିବା ଡାକ୍ତରଙ୍କର ଦ୍ୱାରା ପରୀକ୍ଷା କରାଯିବ ।