ଓଡିଆନ୍ ନ୍ୟୁଜ

163

ଓଡିଶାରେ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା

Team Odian News |

ଓଡିଶାରେ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା
 ଭୁବନେଶ୍ୱର ,୨୦/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):  ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା ସୋମବାରରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତାପରେ ଏକ ମଟର ସାଇକେଲ ରାଲିରେ ତାଙ୍କୁ ନବୀନ ନିବାସ ନିକଟକୁ ଅଣା ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଲାଇ ଲାମାଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସେ ଲୋକଙ୍କ ବିଶ୍ୱାସ ବୋଲି ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ଓଡିଶା ସରକାର ବେଶ ଭଲ କାମ କରୁଥିବା ସେ ପ୍ରକାଶ କରିଛନ୍ତି । ଭାରତ ଓ ଚୀନର ଲୋକ ସଂଖ୍ୟା ପ୍ରାୟ ସମାନ। ଦୁଇ ଦେଶ ଉଭୟଙ୍କ ଉପରେ ନିର୍ଭରଶୀଳ । ଦୁଇ ଦେଶ ଶାନ୍ତିର ସହ ରହିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।  ସେ ଆଧୁନିକ ଭାରତରେ ଆଧୁନିକ ଶିକ୍ଷା ସହ ଏହାର ସାଂସ୍କୃତିକ ଓ ଐତିହ ସମ୍ପନ୍ନ  ପ୍ରଥା ପରମ୍ପରା ଓ ଶିକ୍ଷାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଓଡିଶାକୁ ଆସି ସେ ବେଶ୍‌ ଗର୍ବିତ , ଶିକ୍ଷାରେ ଭାବାବେଗକୁ ଗୁରୁତ୍ୱ ଦେବା ଆବଶ୍ୟ ବୋଲି ତୀବ୍ଦତୀୟ ଧର୍ମଗୁରୁ କହିଛନ୍ତି ।ଦଲାଇଲାମାଙ୍କୁ ଭେଟି ବେଶ ଖୁସୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌) ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଥିବା ମର୍ୟ୍ୟାଦାଜନକ ‘କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ’ ଚଳିତବର୍ଷ ୧୦ମ ହ୍ୟୁମାନିଟାରିଆନ୍‌ ସମ୍ମାନ ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ତଥା ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ପ୍ରଦାନ କରାଯିବ। ନଭେମ୍ବର ୨୧ରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଦଲାଇ ଲାମାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରଥମ ଥର ଲାଗି ଜଣେ ନୋବେଲ୍‌ ବିଜେତାଙ୍କୁ କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ ପ୍ରଦାନ କରାଯାଉଛି। ଯେଉଁ ଉଦ୍ଦେଶ୍ୟ ନେଇ କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ ପ୍ରଦାନ କରାଯାଇଆସୁଛି ଧର୍ମଗୁରୁ ଦଲାଇ ଲାମା ଦୀର୍ଘ ୭୦ବର୍ଷ ଧରି ସେହି କାମ କରିଆସୁଛନ୍ତି। ୨୧ ତାରିଖରେ ଦଲାଇ ଲାମା ଏହି ସମ୍ମାନ ଗ୍ରହଣ କରି କିସ୍‌ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ୨୦୦୮ ମସିହାରୁ କିସ୍‌ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। କିସ୍‌ର ଏକ ସ୍ୱତନ୍ତ୍ର ଜୁରି ୧୦ କିସ୍‌ ହ୍ୟୁମାନିଟାରିଆନ୍‌ ସମ୍ମାନ ପ୍ରଦାନ ପାଇଁ ଧର୍ମଗୁରୁ  ଦଲାଇ ଲାମାଙ୍କୁ ଗତ ୧ବର୍ଷ ତଳେ ସ୍ଥିର କରିଥିଲା।