ଓଡିଆନ୍ ନ୍ୟୁଜ

169

କଂଗ୍ରେସ କାର୍ୟ୍ୟକାରିଣୀ କମିଟି ବୈଠକ ; ସଭାପତି ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ଘୋଷଣା

Team Odian News |

କଂଗ୍ରେସ କାର୍ୟ୍ୟକାରିଣୀ କମିଟି ବୈଠକ ; ସଭାପତି ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ଘୋଷଣା
 ନୂଆଦିଲ୍ଲୀ  ,୨୦/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଦଳର ସଭାପତି ସଭାପତି ପଦ ନିର୍ବାଚନ ପାଇଁ କାର୍ୟ୍ୟସୂଚୀ ଘୋଷଣା ହୋଇଛିି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ସୋମବାର ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ପହିଲାରେ ଦଳର ସାଂଗଠନିକ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ । ଡିସେମ୍ବର ୧୬ ତାରିଖରେ ମତଦାନ ହେବ ଓ ଭୋଟ୍‌ ଗଣତି ଡିସେମ୍ବର ୧୯ ତାରିଖରେ ହେବ । ସିଡବ୍ଲ୍ୟୁସି ବୈଠକରେ ଉଦ୍‌ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଭିନ୍ନ କାରଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ ହେଉ ଥିବା ସଂସଦର ଶୀତକାଳୀନ ଅଧିବେଶନକୁ ଭଣ୍ଡୁର କରିବାକୁ ସରକାର ଅପଚେଷ୍ଟା କରୁଛନ୍ତି ବୋଲି ସେ ସରକାରଙ୍କୁ ଦୋଷାରୋପ କରିଛନ୍ତି । ତେବେ ଦଳର ସଭାପତି ପଦ ନିର୍ବାଚନରେ ଶ୍ରୀ ରାହୁଳ ଗାନ୍ଧି ଏକମାତ୍ର ପ୍ରାର୍ଥୀ ହେବାର ସମ୍ଭାବନା ଅଛି । ଦଳର ସାଙ୍ଗଠନିକ ନିର୍ବାଚନ ଡିସେମ୍ବର ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବା ଲାଗି ନିର୍ବାଚନ କମିଶନ କଗ୍ରେସକୁ ସମୟସୀମା ଦେଇଥିଲା ।