ଓଡିଆନ୍ ନ୍ୟୁଜ

136

ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଗର୍ଭ ଗୃହର ଫଟୋ ଭାଇରାଲ

Team Odian News |

ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଗର୍ଭ ଗୃହର ଫଟୋ ଭାଇରାଲ
ପୁରୀ ,୨୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ପୁରୀ ଶ୍ରୀମନ୍ଦିରର ଜଗମୋହନ ମରାମତି ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ବୁଲିବା ନେଇ ପୁଣି ଥରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।  କଟକଣା ସତ୍ତ୍ୱେ ବାରମ୍ବାର ଏ ଭଳି ପରିସ୍ଥିତି ଉପୁଜୁଥିବା ଯୋଗୁଁ ଶ୍ରୀମନ୍ଦିର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅନୁମାନ କରାଯାଉଛି । ଏହାକୁ ନେଇ ସେବାୟତମାନେ ଖପ୍ପା ହେବା ସହ ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି ।

 ଶ୍ରୀମନ୍ଦିରର ଗର୍ଭଗୃହର ଫଟୋକୁ ସଦାନନ୍ଦ ଶର୍ମା ନାମକ ବ୍ୟକ୍ତି ଇ-ମେଲ ଜରିଆରେ ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ମାଗିଛନ୍ତି ।ଏଏସ୍‌ଆଇର ଅନୁଧ୍ୟାନ ପୂର୍ବରୁ ସଦାନନ୍ଦ ଶର୍ମାଙ୍କ ଟିମ ଗର୍ଭ ଗୃହର ଅନୁଧ୍ୟାନ ପାଇଁ ଆସିଥିଲେ ।ସଦାନନ୍ଦ ଏହାକୁ ଭାଇରାଲ କରିବା ପରେ ଇ- ମେଲ ଜରିଆରେ କ୍ଷମା ମାଗିଥିବା କଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହେଉଥିବା ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ଗର୍ଭ ଗୃହର ଫଟୋ ଭାଇରାଲ ହେବାପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ପାଇଁ ଶ୍ରୀମନ୍ଦିର ସଂସ୍କାର କମିଶନ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ କଟକଣାକୁ ଆହୁରି କଡା କଡି କରିବା ପାଇଁ କମିଶନ ପରାମର୍ଶ ଦେଇଛନ୍ତି  ।