ଓଡିଆନ୍ ନ୍ୟୁଜ

198

‘ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭’ ସମ୍ମାନରେ ଦଲାଇଲାମା

Team Odian News |

‘ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭’ ସମ୍ମାନରେ ଦଲାଇଲାମା
ଭୁବନେଶ୍ୱର ,୨୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): କିସ୍ ପକ୍ଷରୁ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ‘ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭’ ସମ୍ମାନରେ ଆଜି ସମ୍ମାନିତ କରାଯାଇଛି। ଏହି କାର୍ୟ୍ୟକ୍ରମରେ କସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଦଲାଇ ଲାମାଙ୍କୁ ସମ୍ମାନିତ କରିଥିଲେ। ଗତକାଲି ଦଲାଇ ଲାମା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ପରେ ଏକ ସାମ୍ବାଦିକ ସମ୍ମଳନୀରେ ଦଲାଇ ଲାମା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ ।