ଓଡିଆନ୍ ନ୍ୟୁଜ

135

ଚୀନଠାରୁ ସ୍ୱାଧୀନତା ଚାହୁଁନି ତିବ୍‌ବତ : ଦଲାଇ ଲାମା

Team Odian News |

ଚୀନଠାରୁ ସ୍ୱାଧୀନତା ଚାହୁଁନି ତିବ୍‌ବତ : ଦଲାଇ ଲାମା
କୋଲକାତା ,୨୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ) : ତିବ୍‌ବତ ଚୀନଠାରୁ ସ୍ୱାଧୀନତା ନୁହେଁ ବରଂ ଅଧିକ ବିକାଶ ଚାହୁଁଛି ବୋଲି ଗୁରୁବାର ତିବ୍‌ବତର ଆଧ୍ୟାତ୍ମିକ ନେତା ଦଲାଇ ଲାମା କହିଛନ୍ତି । ଦଲାଇ ଲାମା କହିଥିଲେ ଯେ କାଁ ଭାଁ ଚୀନ ଏବଂ ତିବ୍‌ବତ ମଧ୍ୟରେ ସଂଘର୍ଷ ଘଟିଥିଲେ ବି ଉଭୟଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହି ଆସିଛି । ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଦଲାଇ ଲାମା ଏହା କହିଛନ୍ତି । ଏହି ଅବସରରେ ଦଲାଇ ଲାମା କହିଥିଲେ ଯେ ଅତୀତ ଚାଲିଗଲାଣି । ଆମକୁ ଭବିଷ୍ୟତ ଉପରେ ଧ୍ୟାନ ଦେବାକୁ ପଡ଼ିବ । ତିବ୍‌ବତ ଚୀନ ସହ ରହିବାକୁ ଚାହୁଁଛି । ତିବ୍‌ବତ ସ୍ୱାଧୀନତା ଚାହୁଁନି ବରଂ ଅଧିକରୁ ଅଧିକ ବିକାଶ ଚାହୁଁଛି । ତିବ୍‌ବତର ସଂସ୍କୃତି ଭିନ୍ନ ଓ ଏହାର ଲିପି ମଧ୍ୟ ଭିନ୍ନ । ତେଣୁ ଚୀନ ତିବ୍‌ବତର ସଂସ୍କୃତିକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।