ଓଡିଆନ୍ ନ୍ୟୁଜ

100

‘ପଦ୍ମାବତୀ’କୁ ବ୍ରିଟେନ ସେନ୍ସର ବୋର୍ଡର ମଞ୍ଜୁରୀ

Team Odian News |

‘ପଦ୍ମାବତୀ’କୁ ବ୍ରିଟେନ ସେନ୍ସର ବୋର୍ଡର ମଞ୍ଜୁରୀ
ଲଣ୍ଡନ ,୨୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦେଶିତ ‘ପଦ୍ମାବତୀ’ ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଭାରତୀୟ ସେନ୍ସର ବୋର୍ଡ଼ର ମଞ୍ଜୁରୀ ଅପେକ୍ଷାରେ ଥିବାବେଳେ ବ୍ରିଟେନ ସେନ୍ସର ବୋର୍ଡ ବିନା କୌଣସି କଟାକଟିରେ ମଞ୍ଜୁରୀ ପ୍ରଦାନ କରିଛି । ଦୀପିକା ପାଦୁକୋନ୍‌, ରଣବୀର ସିଂ. ସାହିଦ କାପୁର ଅଭିନିତ ଏହି ଚଳଚ୍ଚିତ୍ର ବ୍ରିଟେନର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରକୁ ୧୨ଏ ପ୍ରମାଣପତ୍ର ମିଳିଛି, ଅର୍ଥାତ (୧୨ ବର୍ଷରୁ ଉଦ୍ଧ୍ୱର୍ ବୟସର ପିଲା, ବୟସ୍କଙ୍କ ସହ ଦେଖିପାରିବେ) । ଉଲ୍ଲେଖଯୋଗ୍ୟ ଯେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଡିସେମ୍ବର ୧ ଥିଲା । କୁହାଯାଉଛି ବ୍ର୍ରିଟେନ ସେନ୍ସର ବୋର୍ଡର ମଞ୍ଜୁରୀ ମିଳିବା ପରେ ଏହା ସେଠାରେ ଡିସେମ୍ବର ୧ ତାରିଖରେ ପ୍ରଦର୍ଶିତ ହେବ । ଚଳଚ୍ଚିତ୍ର ନିର୍ମାତା ବ୍ରିଟେନରେ ମୁକ୍ତିଲାଭ ପାଇଁ ପୂର୍ବରୁ ଆବେଦନ କରିଥିଲେ । କିନ୍ତୁ ଭାରତରେ ବିରୋଧ ଯୋଗୁଁ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଇତିହାସକୁ କଦର୍ଥ କରି ଚଳଚ୍ଚିତ୍ର ‘ପଦ୍ମାବତୀ’ ପ୍ରସ୍ତୁତ କରାଯାଇଛି ଓ ଏହା ରାଜପୁତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ଅନେକ ସଂଗଠନ ଅଭିଯୋଗ କରିଆସୁଛନ୍ତି ।
ଞବଶଗ୍ଦ: