ଓଡିଆନ୍ ନ୍ୟୁଜ

152

ଓଡିଆ ବୈଜ୍ଞାନିକ କ୍ଷୀରୋଦ ଜେନା ନିଜ ଗବେଷଣାରେ ଏକ ନୂତନ କିସମର ଧାନ ଗଛର ବିକାଶ

Team Odian News |

ଓଡିଆ ବୈଜ୍ଞାନିକ କ୍ଷୀରୋଦ ଜେନା ନିଜ ଗବେଷଣାରେ ଏକ ନୂତନ କିସମର ଧାନ ଗଛର  ବିକାଶ 
କଟକ ,୨୬/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ମାଟିଆ ଗୁଣ୍ଡି ବା ଚକଡା ପୋକର ଯୋଗୁଁ ଏକର ଏକର ଧାନ ଫସଲ କ୍ଷତି ଗ୍ରସ୍ତ ହୋଇଛି। ଏଥିପାଇଁ ସାରା ଦେଶକୁ ଆହାର ଯୋଗାଉଥିବା ଅନେକ ଚାଷୀ ପ୍ରାଣ ହରାଇଛନ୍ତି । ଏବେ ଓଡିଆ ବୈଜ୍ଞାନିକ କ୍ଷୀରୋଦ ଜେନା ନିଜ ଗବେଷଣାରେ ଏକ ନୂତନ କିସମର ଧାନ ଗଛକୁ ବିକାଶ କରିଛନ୍ତି । ଏହି ଧାନ ଗଛର ଜିନରେ ରୋଗ ଓ ପୋକକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏହି ଧାନଗଛ ଜିନକୁ ଏପରି ବିକାଶ କରାଯାଇଛି ଏହା ଲବଣତାକୁ ପ୍ରତିରୋଧ କରିବା ସହ ମାଟିଆ ଗୁଣ୍ଡି ପୋକକୁ ପ୍ରତିରୋଧ କରି ପାରିବ। ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥାନ ବା ଆଇଆରଆଇରେ କାମ କରୁଥିବା କ୍ଷୀରୋଦ ଜେନା ଓ ତାଙ୍କ ଗବେଷଣା ଟିମ ଏହା ଧାନ ଗଛକୁ ବିକାଶ କରିଛନ୍ତି । ଏ ବିଷୟରେ  ଏସିଆନ ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟି ଆକର୍ଷଣ ବି କରିଛନ୍ତି ।
କ୍ଷୀରୋଦ ଜେନାଙ୍କର ଘର କେନ୍ଦ୍ରାପଡା ଜିଲାରେ । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ୧୯୭୪ ମସିହାରେ  ଉଦ୍ଭିଦ ବିଜ୍ଞାନରେ ସ୍ନାତକ,  ୧୯୭୬ରେ ଜେନେଟିକସ୍‌ ଓ ସାଇଟୋ ଜେନେଟିକସ୍‌ ରେ ସ୍ନାତକତ୍ତୋର ଓ ୧୯୮୩ରେ ନିଜର ପିଏଡି ଡିଗ୍ରୀ ହାସଲ କରିଥିଲେ । ସେ ଆଇଆରଆଇରେ ଗବେଷଣା କରି ଆଇଆର୨୪ ନାମକ ଧାନକୁ ବିକାଶ କରିଛନ୍ତି । ନିଅର ଆସୋଜେନିକ ଲାଇନ ବା କ୍ଲୋନ କରାଯାଇଥିବା ଧାନ ଶ୍ରେଣୀର। ଏହା ଖୁବ କମ ଦିନରେ ଅମଳକ୍ଷମ ହୋଇଥାଏ। ମାତ୍ର ଶହେ ଦିନ ମଧ୍ୟରେ ଧାନ ହୁଏ। ଏଥିରୁ ଅତି ଉଚ୍ଚକୋଟିର   ଚାଉଳ ବାହାରିଥାଏ । ମଧ୍ୟମ ଧରଣ ସରୁ ଚାଉଳ ବାହାରେ । ଏହା ବିଶ୍ୱରେ ପ୍ରଥମ, ଯେଉଁଥିରେ ୧୦ଟି ରୋଗ ପୋକକୁ ପ୍ରତିରୋଧ କରିବାର କ୍ଷମତା ରହିଛି। ଏଥିରେ ଏହି ୧୦ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିନକୁ ବିକାଶ କରାଯାଇଛି। ସେ ତାଙ୍କର ଗବେଷଣା ଟିମ ସହ ରୋଗ ପୋକକୁ ସାମ୍ନା କରିବା ଓ ଅଧିକ ଅମଳ କରିବା ପାଇଁ ଗବେଷଣା ଚଳାଇଥିଲେ। ଓଡଶାରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଏହାକୁ ବିକାଶ କରିବା ପାଇଁ ସେ ସମସ୍ତ ସହଯୋଗ ଯୋଗାଇ ଦେଇଥିବା କହିଛନ୍ତି । ଏହି ଧାନକୁ ଓଡିଶାରେ ବିଭିନ୍ନ ଜମିରେ ପରୀକ୍ଷା  ଓ ଅମଳ କରାଯାଇ ପାରିବ । 
ଭବିଷ୍ୟତରେ ଏହା ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ସାହାଯ୍ୟ କରିବ । ଓଡିଶା ସରକାର ଚାହିଁଲେ ଆଇଆରଆଇ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ସେ ସୂଚନା ଦେଇଛନ୍ତି ।