ଓଡିଆନ୍ ନ୍ୟୁଜ

171

ଏମସ୍‌ରେ ଜଗା-କାଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Team Odian News |

ଏମସ୍‌ରେ ଜଗା-କାଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ,୨୬/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):ଯୋଡା ମୁଣ୍ଡ ଅସ୍ତ୍ରୋପଚାର ପରେ ଆଜି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମସ୍‌ରେ ଜଗା-କାଳିଆଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଜଗାବଳିଆଙ୍କ ବାପାମାଙ୍କ ସହ ଆଲୋଚନା କରିବା ପରେ ଆଗକୁ ଯାହା ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅସ୍ତ୍ରୋପଚାରରେ ସଫଳ ହୋଇଥିବା ଏମସ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିବା ସହ ଜଗା-କାଳିଆଙ୍କ ଆରୋଗ୍ୟ କାମନା କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟ ଅପରେସନର ଗୋଟିଏ ମାସ ପରେ କାଳିଆ ଗତକାଲି ଭେଂଟିଲେଟରରୁ ବାହାରିଛି । ତାକୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଆଇସିୟୁରେ ତାକୁ ନାକବାଟେ ମହୁ ଓ କ୍ଷୀର ଦିଆଯାଉଥିବା ବେଳେ ଜଗାର ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସନ୍ତୋଷ ଜନକ ଉନ୍ନତି ଆସିଛି ।

ଅପରାହ୍ଣ ୧୨ଟା ୩୦ ଏମସ୍‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ସେଠାରେ ଏମ୍‌ସ୍‌ର ନିର୍ଦେଶକ ରଣଦୀପ ଗୁଲେରିଆ ଏବଂ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଓ୍ଵାର୍ଡକୁ ଯାଇ ଜଗା-କାଳିଆଙ୍କୁ ଦେଖିଥିଲେ । ଜଗା ମୁଖ୍ୟମନ୍ତ୍ରୀକୁ ଦେଖି ହାତ ହଲାଇଥିଲା ଅଭିବାଦନ ଦେଇଥିଲା। ମୁଖ୍ୟମନ୍ତ୍ରୀ ବି ତାହାର ପ୍ରତ୍ୟୁତୋର ଦେଇଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗା କାଳିଆଙ୍କ ବାପା ଭୂୟା କହଁର ଓ ମାଆ ପୁଷ୍ପାଞ୍ଜଳି କହଁର ଭେଟିଥିଲେ ।ଭବିଷ୍ୟତରେ  ବି ଜଗା କାଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାରଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜଗା ବଳିଆଙ୍କ ଚିକିତ୍ସା ସକାଶ ଏମ୍‌ସ୍‌ ଡାକ୍ତରମାନେ କରିଥିବା ପ୍ରଚେଷ୍ଟା ପାଇଁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କିଛି ଦିନ ମଧ୍ୟରେ ଜଗାର ଖପୁରିରେ ତୃତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାର କରାଯିବ ବୋଲି ଏମସ୍‌ ପକ୍ଷରୁ ସୂଚନା ଦିଆଯାଇଛି।