ଓଡିଆନ୍ ନ୍ୟୁଜ

287

ଦ୍ୱନ୍ଦ୍ୱରୁ ମୁକ୍ତି ଦେଇଥାଏ ‘ଭଗବତ ଗୀତା’ : କୋବିନ୍ଦ

Team Odian News |

ଦ୍ୱନ୍ଦ୍ୱରୁ ମୁକ୍ତି ଦେଇଥାଏ ‘ଭଗବତ ଗୀତା’ : କୋବିନ୍ଦ
କୁରୁକ୍ଷେତ୍ର,୨୬/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ‘ଶ୍ରୀମଦ ଭଗବତ ଗୀତା’ ଲୋକମାନେ ବ୍ୟକ୍ତିଗତ ଜୀବନରେ ସାମ୍ନା କରୁଥିବା କୌଣସି ପ୍ରକାର ଦ୍ୱନ୍ଦ୍ୱର ସମାଧାନ ପ୍ରଦାନ କରିଥାଏ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତବ୍ୟକ୍ତ କରିଛନ୍ତି । ଏହି ଡିଜିଟାଲ ଯୁଗରେ ଖରାପ କାର୍ୟ୍ୟରୁ ଦୂରେଇ ରହିବା ପାଇଁ ଗୀତାର ବାର୍ତ୍ତାକୁ ପାଳନ କରିାବାକୁ କୋବିନ୍ଦ ପରାମର୍ଶ ଦେଇଥିଲେ । ‘ଆନ୍ତର୍ଜାତିକ ଗୀତା ମୋହତ୍ସବ’କୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହା କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଆମକୁ କ’ଣ କରିବା ଉଚିତ୍‌ ଓ କ’ଣ ଅନୁଚିତ୍‌; ଏହି ଅନ୍ତଦ୍ୱର୍ନ୍ଦ୍ୱ ମଧ୍ୟରେ ସମସ୍ତେ ଗତି କରିଥାନ୍ତି । ଗୀତା ଲୋକଙ୍କ ଏହି ଅନ୍ତଦ୍ୱର୍ନ୍ଦ୍ୱର ସମାଧାନ ପ୍ରଦାନ କରିଥାଏ । ଯେଉଁ ବ୍ୟକ୍ତି ଗୀତାର ବାର୍ତ୍ତାକୁ ପାଳନ କରିବ ସେ ଦ୍ୱନ୍ଦ୍ୱରୁ ମୁକ୍ତ ରହିବା ସହ ଶାନ୍ତି ଓ ସଫଳତା ପାଇବ ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଥିଲେ । ଆଜିର ଡିଜିଟାଲ ଯୁଗରେ ଯୁବ ପିଢି ଭୌତିକବାଦ ଏବଂ ପ୍ରତିଯୋଗୀତା ମଧ୍ୟରେ ଫସି ରହୁଥିବାରୁ ଅବସାଦ ଏବଂ ଅସୁରକ୍ଷା ବୃଦ୍ଧି ପାଉଛି । ଏହି ସବୁର ସମାଧାନର ପନ୍ଥା ପାଇବାକୁ ଗୀତା ପଢିବାକୁ ସେ ଯୁବ ପିଢିକୁ ପରାମର୍ଶ ଦେଇଥିଲେ ।