ଓଡିଆନ୍ ନ୍ୟୁଜ

108

କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର

Team Odian News |

କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର
ଭୁବନେଶ୍ୱର,୨୮/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ୨୮ତମ ରାଜ୍ୟ ଓଡିଶା ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇ ଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଚିନି’ ମନୋନୀତ ହୋଇଥିବା ବେଳେ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଁ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା ସମରେଶ ରାଉତରାୟ, ଶ୍ରେଷ୍ଠ ଅଭିନେତ୍ରୀ ଲିପି, ଶ୍ରେଷ୍ଠ ନିର୍ଦେଶକ ଅଜୟ ରଥ, ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଗୁଡଲି ରଥ, ଶ୍ରେଷ୍ଠ ପ୍ରଚ୍ଛଦ ଗାୟକ ଶଶାଙ୍କ ଓ ମହାଲକ୍ଷ୍ମୀ ଆୟାରଙ୍କ ନାମ ଘୋଷଣା କରାଯାଇଛି । ୨୭ଟି ବିଭାଗ ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି ।