ଓଡିଆନ୍ ନ୍ୟୁଜ

146

ଦ୍ରୁତତମ ୩୦୦ ଟେଷ୍ଟ ୱିକେଟ ହାସଲ କଲେ ଅଶ୍ୱିନ୍‌

Team Odian News |

ଦ୍ରୁତତମ ୩୦୦ ଟେଷ୍ଟ ୱିକେଟ ହାସଲ କଲେ ଅଶ୍ୱିନ୍‌
ନାଗପୁର ,୨୮/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):ଭାରତ-ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଦ୍ରୁତତମ ବୋଲର ଭାବେ ୩୦୦ ୱିକେଟ ହାସଲ କରିଛନ୍ତି । ସେ ୫୪ଟି ଟେଷ୍ଟ ଖେଳି ୩୦୦ ୱିକେଟ ହାସଲ କରିଛନ୍ତି । ଏହାପୂର୍ବରୁ ଡେନିସ ଲିଲିଙ୍କ ନାମରେ ଦ୍ରୁତତମ ୩୦୦ ୱିକେଟ ହାସଲ କରିବା ରେକର୍ଡ ଥିଲା । ଲିଲି ୫୬ଟି ଟେଷ୍ଟ ଖେଳି ୩୦୦ ୱିକେଟ ହାସଲ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍‌ ୧୩୦ ରନ୍‌ ବିନିମୟରେ ୮ଟି ୱିକେଟ ହାସଲ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୩୯ ରନ୍‌ରେ ପରାସ୍ତ କରି ନିଜ କ୍ରିକେଟ୍‌ ଇତିହାସରେ ସର୍ବବୃହତ ଟେଷ୍ଟ ବିଜୟ ରେକର୍ଡର ସମକକ୍ଷ ହୋଇପାରିଛି । ଏଥିପୂର୍ବରୁ ଭାରତୀୟ ଦଳ ୨୦୦୭ରେ ବାଂଲାଦେଶକୁ ଏକ ଇନିଂସ ଓ ୨୩୯ ରନ୍‌ରେ ପରାସ୍ତ କରିଥିଲା ।