ଓଡିଆନ୍ ନ୍ୟୁଜ

120

ହକି ବିଶ୍ୱ ଲିଗ: ବେଲଜିୟମଠାରୁ ୩-୨ ଗୋଲରେ ଆର୍ଜେଣ୍ଟିନା , ସ୍ପେନଠାରୁ ନେଦରଲାଣ୍ଡ ୩-୨ ଗୋଲରେ ପରାସ୍ତ

Team Odian News |

ହକି ବିଶ୍ୱ ଲିଗ: ବେଲଜିୟମଠାରୁ ୩-୨ ଗୋଲରେ ଆର୍ଜେଣ୍ଟିନା , ସ୍ପେନଠାରୁ ନେଦରଲାଣ୍ଡ ୩-୨ ଗୋଲରେ ପରାସ୍ତ
ଭୁବନେଶ୍ୱର,୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜଧାନୀରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱ ଲିଗର ଏକ ମ୍ୟାଚରେ ଶନିବାରରେ ଆର୍ଜେଣ୍ଟିନାରୁ ୨-୩ ଗୋଲରେ ବେଲଜିୟମ ପରାସ୍ତ କରିଛି। ଏହି ମ୍ୟାଚରେ ଦୁଇ ଦେଳ ବେଶ ଭଲ ଖେଳର ପ୍ରଦର୍ଶନ କରିଥଲେ । ତେବେ ବେଲଜିମୟର ଖେଳାଳୀ ଲୁଇପାରେଟ ଲୋଇକ ଖେଳର ୯ ମିନଟରେ ପ୍ରଥମ ଗୋଲ ଦେଇଥିଲେ। ପେନାଲଟି କର୍ଣ୍ଣରକୁ ସେ ଗୋଲରେ ପରିବର୍ତ୍ତନ କରିଥିଲେ। 

ଖେଳର ୫୧ ମିନଟରେ ବେଲଜିୟମର କେଉଷ୍ଟର ଆମାଉରି ଦ୍ୱିତୀୟ ଗୋଲ ଦେଇଥିଲେ। ଏହା ଫିଲ୍ଡ ଗୋଲ ଥିଲା। ୫୨ ମିନଟରେ ଆର୍ଜେଣ୍ଟିନା ଖେଳାଳୀ କାସେଲା ମାଇକୋ ଗୋଲ କରିଥିଲେ। ପରେ ବେଲଜୀୟମର ବୁନ ଟମ ୫୬ ମିନଟରେ ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିଥିଲେ। ୫୭ ମିନଟରେ ଆର୍ଜେଣ୍ଟିନାର ପାଲେଟ ଗୋନଞ୍ଜାଲ ପେନାଲଟି କର୍ଣ୍ଣରକୁ ଗୋଲ କରିଥିଲେ।
ସେହିପରି ଅନ୍ୟ ଏକ ମ୍ୟାଚରେ ସ୍ପେନ ନେଦର ଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି